ଭୁବନେଶ୍ୱର: ୨୦ରୁ କମ୍ ପିଲା ଥିଲେ ବନ୍ଦ ହେବ ସ୍କୁଲ। ଆଜି ବଡ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ । ଏଥିସହ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି । ଯେଉଁ ସ୍କୁଲରେ ୨୦ରୁ କମ ପିଲା ଥିବେ ତାହା ବନ୍ଦ କରାଯିବ ବୋଲି ୨୦୧୮ରେ ସରକାର ଗାଇଡଲାଇନ ଆଣିଥିଲେ। ଏନେଇ ୨୦୨୦ରେ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଚାଲେଞ୍ଜ ହୋଇଥିଲା। କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା ।
ଅନ୍ୟପଟେ ବିରୋଧ ଦେଖାଦେବାରୁ ସବୁ ସ୍କୁଲରେ ପୂର୍ବ ଭଳି ଚଳିତ ବର୍ଷ ମଧ୍ୟ ନାମଲେଖା ହୋଇଥିଲା। ଫଳରେ ତତ୍କାଳୀନ ବିଜେଡି ସରକାରରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକ ବନ୍ଦ ହେବ ନାହିଁ ଓ ଯେଉଁ ସବୁ ସ୍କୁଲରେ ନାମଲେଖା ହୋଇଥିଲା ସେ ସବୁ ସ୍କୁଲରେ ପୂର୍ବ ଭଳି ଚଳିତ ବର୍ଷ ମଧ୍ୟ ନାମଲେଖା ହେବ ବୋଲି ତତ୍କାଳୀନ ବିଭାଗୀୟ ମନ୍ତ୍ରୀ କହିଥିଲେ।
ତେବେ ଆଜି ଏହା ଉପରେ ହାଇକୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି । ୨୦ରୁ କମ ପିଲା ଥିବା ସ୍କୁଲଗୁଡିକୁ ବନ୍ଦ କରାଯିବ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କାଏମ ରଖିଛନ୍ତି । ଫଳରେ ରାଜ୍ୟରେ ଏବେ ଯେଉଁ ସ୍କୁଲରେ ୨୦ରୁ କମ ପିଲା ଥିବେ ତାହା ବନ୍ଦ ହୋଇଯିବ ।