ଭୁବନେଶ୍ୱର: ରାଜ୍ୟରେ ହାଲୁକା ବର୍ଷା ସହ ଘନ କୁହୁଡି ଆଲର୍ଟ । ୨୪ ଘଣ୍ଟାରେ ଘନ କୁହୁଡି ନେଇ ରାଜ୍ୟର ତିନି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଶୁକ୍ରବାର ପାଇଁ ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ ଓ ନୟାଗଡ଼଼ରେ ଘନ କୁହୁଡ଼ି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।
ରାଜ୍ୟରେ ଆସନ୍ତା ୮ ତାରିଖ ପାଇଁ ୮ ଜିଲା ଏବଂ ୯ ତାରିଖ ନିମନ୍ତେ ୬ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ହାଲୁକା ବର୍ଷା ସାଙ୍ଗକୁ ଘନ କୁହୁଡି ହେବା ନେଇ ଆଶଙ୍କା ରହିଛି ।