ସଡକ ଦୁର୍ଘଟଣାକୁ ରୋକିବ ଆଇଇଏମ୍ଏସ୍ khabar odisha :29/03/2024 Share story: ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଯାହା ଏବେ ରାଜ୍ୟ ବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆଉ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏବେ ଏକ ନିଷ୍ପତି ନେଇଥିବା ଜଣାପଡିଛି । ରାଜ୍ୟରେ ନୂତନ ନିର୍ମାଣଧୀନ ରାସ୍ତା , ଏନଏଚ ସମେତ ପୂର୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ରାସ୍ତାରେ ଇଣ୍ଟେଲିଜେଣ୍ଟ ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍(ଆଇଇଏମ୍ଏସ୍) କାର୍ୟ୍ୟକାରୀ କରାଯିବ । ଯାହା ଦ୍ୱାରା ସଡକ ଦୁର୍ଘଟଣାକୁ ରୋକାଯାଇ ପାରିବ । ସୂଚନା ଅନୁସାରେ ୨୦୨୩ ମସିହାରେ ରାଜ୍ୟରେ ୫୬୯୬ ଜଣ ଲୋକ ସଡକ ଦୁର୍ଘଟଣା ପ୍ରାଣ ହରାଇ ଥିବା ବେଳେ ୧୧ ହଜାର ଲୋକ ଆହତ ହୋଇଛନ୍ତି । ଏବଂ ଗତ ୧୦ ବର୍ଷ ଭିତରେ ରାଜ୍ୟରେ ୪୫ ହଜାର ଲୋକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଏହାସହ ୬୭ ପ୍ରତିଶତ ଲୋକ ଓଭରସ୍ପିଡ ଯୋଗୁଁ ପ୍ରାଣ ହରାଇଥିବା ବେଳେ ୮ ପ୍ରତିଶତ ଲୋକ ପଙ୍ଗରୁଟରେ ଗାଡି ଚଳାଇବା ପାଇଁ ପ୍ରାଣ ହରାଇଛନ୍ତି । ଏବଂ ୪୩ ପ୍ରତିଶତ ଦୁଇଚକିଆ ଯାନ ଚାଳକ ଭୁଲ ଦିଗରେ ଗାଡ଼ି ଚଳାଇଛନ୍ତି। ଏଥିଯୋଗୁ ୪୫.୬ ପ୍ରତିଶତ ଚାଳକଙ୍କର ମୃତ୍ୟୁ ହୋଇଛି। ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତି ନେଇଛନ୍ତି । ଏବଂ ଏହାକୁ କାର୍ୟ୍ୟକାରୀ କରିବା ପାଇଁ ଗୁରୁବାର ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ପୂର୍ତ୍ତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ଅଧିକ ପଢନ୍ତୁ :ବୈତରଣୀ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର road accident odisha Henilprava Swain, Author, 29/03/2024