ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ ଟି ଗେଟ । ପୁର୍ଵରୁ ୧୬ ଟି ଗେଟ ଖୋଲଥିବା ଵେଳେ ଆଉ ୪ ଟି ଗେଟକୁ ମିଶାଇ ବର୍ତମାନ ବାମ ପଟରୁ ୧୩ ଟି ଓ ଡାହାଣ ପଟରୁ ୭ଟି ଗେଟ ଦେଇ ସର୍ବମୋଟ ୨୦ ଟି ଗେଟରେ ଜଳ ନିଷ୍କାସନ ଜାରି ରହିଛି । ବର୍ତମାନ ୬୨୯.୧୨ ଫୁଟ ଜଳସ୍ତର ରହିଛି । ଉପର ମୁଣ୍ତରୁ ସେକେଣ୍ତ ପ୍ରତି ୨ ଲକ୍ଷ ୭୩ ହଜାର ୭୦୩ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ତ ପ୍ରତି ୨ ଲକ୍ଷ ୯୨ ହଜାର ୯୬୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଗତ ୨୪ ଘଣ୍ଟାରେ ଜଳଭଣ୍ତାର ଉପର ମୁଣ୍ତରେ ୫୪.୧୮ ମିଲି ମିଟର ବର୍ଷ ରେକଡ ହୋଇଛି ।
ଗୁରୁବାର ସଂଧ୍ୟା ସୁଦ୍ଧା ଛତିଶଗଡ ବର୍ଷା ପାଣି ଜଳଭଣ୍ତାରକୁ ପହଁଚିବ । ଉପର ମୁଣ୍ତରୁ ଗତକାଲିଠୁ ବର୍ଷା ବନ୍ଦ ହୋଇଛି । ତେବେ ୨୦ ଟି ଗେଟ ଯୋଗେ ଆସନ୍ତା କାଲି ଯାଏ ଜଳ ନିଷ୍କାସନ ଜାରି ରହିବ ବୋଲି ହୀରାକୁ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁଶିଲ କୁମାର ବେହେରା କହିଛନ୍ତି ।