ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡେଙ୍ଗୁ ରୋଗ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାକୁ ଲାଗିଛି। ତେବେ ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଡେଙ୍ଗୁର ସେଭଳି କୈାଣସି ଭୟାଭୟ ପରିସ୍ଥିତି ସୃଷ୍ଟି ହୋଇନଥିବା ସୁଚନା ମିଳିଛି। ତେବେ ଏନେଇ ସମସ୍ତ ତଥ୍ୟ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ରାଣୀ ମିଶ୍ର ଦେଇଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ରାଣୀ ମିଶ୍ର କହିଛନ୍ତି ଯେ, ଡେଙ୍ଗୁ ରୋଗ ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଂପୁର୍ଣ୍ଣ ପ୍ରସ୍ତୂତ ଥିବା ବେଳେ ଏଥିପାଇଁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ମଧ୍ୟ ଖୋଲାଯାଇଛି। ଏଥିସହ ଜିଲ୍ଲାରେ ଡେଙ୍ଗୁ ରୋଗ ବ୍ୟାପିବାର ମାମଲା ଅଧିକ ଆସି ନଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ପ୍ରସ୍ତୂତ ଥିବା ନେଇ ସେ ସୁଚନା ଦେଇଛନ୍ତି। ଏହାସହିତ ଜନସାଧାରଣଙ୍କୁ ମଧ୍ୟ ଡେଙ୍ଗୁ ନ ବ୍ୟାପିବା ପାଇଁ ସଚେତନ କରାଯାଉଛି। ଏପରିକି ଡେଙ୍ଗୁ ମଶା ନ ବ୍ୟାପିବା ପାଇଁ ଯେପରି ନିଜ ଘରେ ଓ ଆଖପାଖ ଅଞ୍ଚଳରେ ପାଣି ଜମିବାକୁ ନଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଧ୍ୟ ସାଧାରଣ ଜନତାଙ୍କୁ ଅପିଲ କରିଛନ୍ତି।