ଯାଜପୁର : ଲାଞ୍ଚ ନେବା ବେଳେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ଏବଂ ତାଙ୍କର ଜଣେ ବ୍ୟକ୍ତିଗତ ସହଯୋଗୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି । ଏକ ସ୍କୁଲ୍ ନିର୍ମାଣ କାର୍ଯ୍ୟର ବକେୟା ବିଲ୍ ପାସ୍ କରିବା ଏବଂ ସିକ୍ୟୁରିଟି ଜମା ରାଶି ଫେରସ୍ତ କରିବା ପାଇଁ ଲାଞ୍ଚ ନେଉଥିବା ସମୟରେ ଧରିଲା ଭିଜିଲାନ୍ସ।
ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ଏବଂ ତାଙ୍କ ସହଯୋଗୀ ଭାବେ କାମ କରୁଥିବା ଜଣେ ବେସରକାରୀ ବ୍ୟକ୍ତି ସୋମନାଥ ସେଠୀ। ବଡ଼ଚଣା ବ୍ଲକର ଏକ ସ୍କୁଲ୍ ଗୃହ ନିର୍ମାଣ ଶେଷ ହେବା ପରେ ସମ୍ପୃକ୍ତ ଠିକାଦାର ନିଜର ବକେୟା ବିଲ୍ ଏବଂ ସିକ୍ୟୁରିଟି ଟଙ୍କା ଫେରସ୍ତ ପାଇଁ ଆବେଦନ କରିଥିଲେ। ଏହି କାମ କରିଦେବା ପାଇଁ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ୩୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।
ଠିକାଦାରଙ୍କ ଅଭିଯୋଗ ଆଧାରରେ, ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ଜାଲ ବିଛାଯାଇଥିଲା। ସେମାନେ ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ରଙ୍ଗେହାତ ଗିରଫ କରିଥିଲା। ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ସହିତ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ବନ୍ଦିତା ଦାଶଙ୍କ ସହ ଜଡ଼ିତ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଜାରି ରହିଛି ।