ଭୁବନେଶ୍ଵର: ସୁଧୁରି ଯାଅ ନଚେତ ସରକାର ସୁଧାରି ଦେବି ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି, ପୋଲିସର ଆଗୁଆ ପଦକ୍ଷେପ ପାଇଁ | ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଆମ ସରକାରଙ୍କ ପ୍ରାଥମିକତା | କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଏବଂ ସେମାନେ ପ୍ରଂଶସାର ଯୋଗ୍ୟ। ଆଗରୁ ପୋଲିସ ପିଠି ପଛରେ ହାତ ବାନ୍ଧି କାମ କରିବାକୁ କୁହାଯାଉଥିଲା | ଏବେ ମୁଁ ମୁକ୍ତ କରି ଦେଇଛି, ପୋଲିସ ଉପରେ କୌଣସି ରାଜନୈତିକ ଚାପ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଁ ନମ୍ବର ଗେମ ଖେଳିବାକୁ ଚାହୁଁନାହିଁ,
ମହିଳା ବିରୋଧୀ ଅପରାଧ ଗ୍ରହଣୀୟ ନୁହେଁ | ମୁଁ ନମ୍ବର ଗେମ ଖେଳିବାକୁ ଚାହୁଁନାହିଁ, ବିରୋଧୀଙ୍କ ଉତ୍ତର ଦେବାକୁ କହୁଛି | ଆମ ସରକାରରେ ୧୮ ମାସରେ ୪୮,୭୮୯ ମାମଲା ହେଇଛି ପୂର୍ବ ସରକାର ଶେଷ ୧୮ ମାସରେ ୪୮, ୭୮୭ ମାମଲା ହୋଇଥିଲା | ଅର୍ଥାତ ମାମଲା ସ୍ଥିର ଅଛି। ଦୁଷ୍କର୍ମ ୩.୫, ଅସାଦଚରଣ ୨୬, ଏସିଡ ଆକ୍ରମଣ ୬୩.୩ ପ୍ରତିଶତ, ଯୌତୁକ ମାମଲା ୨୬.୧ ପ୍ରତିଶତ ସହ ହତ୍ୟା ୭.୪ ପ୍ରତିଶତ ଏବଂ ଡକାୟତି ୮ ପ୍ରତିଶତ ହ୍ରାସ ଘଟିଛି | ଆଗରୁ ଗୃହରେ ଶ୍ୱେତ ପତ୍ର ପାଇଁ ଦାବି ହେଉଥିଲା ଆମ ସରକାର ସଠିକ ସମୟରେ ଦେଉଛନ୍ତି।
ମୁଁ ଦେଇଥିବା ତଥ୍ୟକୁ ଚାଲେଞ୍ଜ ବି କରି ପାରନ୍ତି ବିରୋଧୀ : ମୁଖ୍ୟମନ୍ତ୍ରୀ
ଆମ ପୋଲିସ ବିଭାଗ ୧୦ ଦିନ ମଧ୍ୟରେ ୫୪୫୧ ଜଣ ଶିଶୁ ଏବଂ ମହିଳା ଉଦ୍ଧାର ହୋଇଛନ୍ତି | ୨୪ ବର୍ଷ ତଥାକଥିତ ସରକାରରେ ମହିଳା ବିରୋଧୀ ଦଣ୍ଡ ହାର ୨୦୨୨ରେ ଥିଲା ୯.୨ ପ୍ରତିଶତ। ଆଉ ୨୦୨୩ରେ ୬.୭ ପ୍ରତିଶତ ଥିଲା ଯାହା ଦେଶରେ ସବୁଠୁ କମ ଥିଲା | ଏବେ ୨୦୨୫ରେ ଦଣ୍ଡ ହାର ୪୧ ପ୍ରତିଶତକୁ ବଢିଥିଲା ଏବଂ ଜୁନରେ ୬୨ ପ୍ରତିଶତକୁ ବଢିଛି | ଅନ୍ୟପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି ସାଇବର ଅପରାଧ ମୁକାବିଲା କରିବା ପାଇଁ ପୋଲିସ ଅଧିକାରୀଙ୍କୁ ଟ୍ରେନିଂ ଦିଆଯାଉଛି | ୩୯, ୭୧୪ ବ୍ୟାଙ୍କ ଯାଞ୍ଚ ହୋଇ ୧୪୨୨ ମାମଲା କରି ୩୭୯ ଅଭିଯୁକ୍ତ ଗିରଫ ହୋଇଛନ୍ତି।
୮୦୦ କୋଟି ଟଙ୍କା ଗଞ୍ଜେଇ ନଷ୍ଟ
ନିଶା କାରବାର ରୋକିବା ପାଇଁ ୮୦୦ କୋଟି ଟଙ୍କା ଗଞ୍ଜେଇ ନଷ୍ଟ କରିବା ସହ ୧ ହଜାର କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି | ଅନେକ ଜିଲ୍ଲାରେ ଗଞ୍ଜେଇ ଚାଷକୁ ୫୦ ପ୍ରତିଶତ କମା ଯାଇଛି | ୩୬ କୋଟି ଟଙ୍କାର ବ୍ରାଉନ ସୁଗାର ଏବଂ ୭ କୋଟି ଟଙ୍କାର କପ ସିରଫ ଜବତ ହୋଇଛି। ପୋଲିସ ବିଭାଗରେ ୧୭,୭୯୪ ପଦବୀ ସୃଷ୍ଟି ହୋଇଛି ଏବଂ ୫୭୯୦ନିଯୁକ୍ତି ମିଳିଛି | ପ୍ରତ୍ୟେକ ଥାନାକୁ ଦ୍ଵିତୀୟ ଦ୍ରୁତ ଗାମୀ ଚାରି ଚକିଆ ଗାଡି ଦିଆଯାଇଛି ଏବଂ ୬ ଟି ମଟର ସାଇକେଲ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।