ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସ୍ଥିତି ଉପରେ ବୁଧବାର ସଂସଦ ଭବନରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଶେଷ ହୋଇଛି। ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସରକାରଙ୍କ ପେଟ୍ରୋଲିୟମ୍ ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ବିରୋଧୀଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସରକାର କହିଛନ୍ତି ଦେଶରେ ପର୍ଯ୍ୟାପ୍ତ ଉର୍ଜା ଭଣ୍ଡାର ମହଜୁଦ ରହିଛି। ପେଟ୍ରୋଲିୟମ୍ ଉତ୍ପାଦର ଅଭାବ ନାହିଁ ଏବଂ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି।
ବୈଠକରେ ହର୍ମୁଜ୍ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି, ଯାହା ସଂପ୍ରତି ସମଗ୍ର ବିଶ୍ଵରେ ଚିନ୍ତାର କାରଣ ପାଲଟିଛି। ସରକାର କହିଛନ୍ତି ଯେ ଆମର ଚାରୋଟି ଜାହାଜ ପୂର୍ବରୁ ହର୍ମୁଜ ଦେଇ ଭାରତ ପହଞ୍ଚି ସାରିଛି। ଆହୁରି ଜାହାଜ ବହୁତ ଶୀଘ୍ର ଭାରତ ଆସିବ। ଯୁଦ୍ଧ ସ୍ଥିତି ମଧ୍ୟରେ ଏହା ଆମ ପାଇଁ ଏକ ବଡ଼ ସଫଳତା। ଭାରତ ପାଇଁ ଏକ କୂଟନୈତିକ ଏବଂ ରଣନୈତିକ ସଫଳତା ଭାବରେ ବିବେଚନା କରାଯାଉଛି।
ପାକିସ୍ତାନର ମଧ୍ୟସ୍ଥତା ବିଷୟରେ କଣ କହିଲେ ସରକାର ?
ସରକାର ସାମ୍ପ୍ରତିକ ଅନ୍ତର୍ଜାତୀୟ ଉତ୍ତେଜନା, ବିଶେଷକରି ଇରାନ ଓ ଇସ୍ରାଏଲ-ଆମେରିକା ଯୁଦ୍ଦ ସମ୍ପର୍କରେ ମଧ୍ୟ ନିଜର ସ୍ଥିତି ସ୍ପଷ୍ଟ କରିଛନ୍ତି। ବିରୋଧୀଙ୍କ କହିବା କଥା, ଯେତେବେଳେ ଇରାନ ସହିତ ପାକିସ୍ତାନର ମଧ୍ୟସ୍ଥତା ପ୍ରସଙ୍ଗ ଉଠିଥିଲା, ସେତେବେଳେ ସରକାର କହିଥିଲେ ଯେ ଏହି ପ୍ରକ୍ରିୟା ନୂଆ ନୁହେଁ। ଏହା ୧୯୮୧ମସିହାରୁ ଜାରି ରହିଛି। ଏକ ପ୍ରକାରେ ଆମେରିକା ବର୍ଷ ବର୍ଷ ଧରି ଇରାନ ସହିତ ପାକିସ୍ତାନକୁ ଆଲୋଚନାରେ ସାମିଲ୍ କରି ଆସିଛି।
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ପାକିସ୍ତାନ ପ୍ରସ୍ତୁତ
ବୈଠକରେ କିଏ କିଏ ଯୋଗ ଦେଇଥିଲେ?
ସରକାରଙ୍କ ପକ୍ଷରୁ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ସ୍ଵାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଯୋଗ ଦେଇଥିଲେ। ବିଜେଡିରୁ ସାଂସଦ ସସ୍ମିତ ପାତ୍ର ବୈଠକରେ ଯୋଗ ଦେଇଥିଲେ। ଜେଡିୟୁରୁ ଲଲ୍ଲନ ସିଂହ ଏବଂ ସଞ୍ଜୟ ଝା, ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ ଏବଂ ଜାଭେଦ ଅଲି, କଂଗ୍ରେସରୁ ତାରିକ ଅନୱର ଏବଂ ମୁକୁଲ ୱାସନିକ୍, ସିପିଆଇ(ଏମ୍)ରୁ ଜନ୍ ବ୍ରିଟାସ୍ ଏବଂ ଆମ ଆଦମୀ ପାର୍ଟିରୁ ସଞ୍ଜୟ ସିଂହ ମଧ୍ୟ ଉପସ୍ଥିତ ଥିଲେ।
ସର୍ବଦଳୀୟ ବୈଠକ ଦାବି କରିଥିଲେ ବିରୋଧୀ
ପଶ୍ଚିମ ଏସିଆର ପରିସ୍ଥିତି ଉପରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ପରେ ବିରୋଧୀ ଦଳ ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଦାବି କରିଥିଲେ। ପୂର୍ବରୁ ମଙ୍ଗଳବାର ଦିନ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶ୍ଚିମ ଏସିଆର ସଂଘର୍ଷରୁ ସୃଷ୍ଟି ହୋଇଥିବା ପରିସ୍ଥିତିର ସମାଧାନ ପାଇଁ ସାତଟି ନୂତନ ସଶକ୍ତ ଗୋଷ୍ଠୀ ଗଠନ କରାଯାଇଛି। ସେମାନେ ନିୟମିତ ଭାବରେ ଏଲପିଜି ଯୋଗାଣ, ଅତ୍ୟାବଶ୍ୟକୀୟ ସେବା ଏବଂ ସାମଗ୍ରୀ ଏବଂ ବିଭିନ୍ନ କ୍ଷେତ୍ର ସହ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗଗୁଡ଼ିକର ପ୍ରସ୍ତାବ ଦେବେ।
ହର୍ଜୁମ ପ୍ରଣାଳୀ ପରମାଣୁ କାର୍ଯ୍ୟକ୍ରମ: ଯୁଦ୍ଧ ବନ୍ଦ କରିବାକୁ ଆମେରିକାର ଯୋଜନା, ମନା କରୁଛି ଇସ୍ରାଏଲ