ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏବେ ଦେଖିବାକୁ ମିଳିଛି ବଡ଼ ‘ପଲିଟିକାଲ୍ ମୁଭ୍’। ବହୁଦିନ ଧରି ଚାଲୁଥିବା ଚର୍ଚ୍ଚାର ଅନ୍ତ ଘଟାଇ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ ପୁଣିଥରେ ବିଜେଡି ଶିବିରକୁ ଫେରିଆସିଛନ୍ତି। କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଛନ୍ତି। ବାଲେଶ୍ଵର ଜିଲାର ରାଜନୀତିରେ ଏବେ ନୂଆ ସମୀକରଣ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି।
ବାଲେଶ୍ୱର ରାଜନୀତିରେ ନୂଆ ହଲଚଲ
ଏହି ‘ଘରବାହୁଡା’ ପରେ ବାଲେଶ୍ୱର ଜିଲ୍ଲାର ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି। ପୁରୁଣା ଭୋଟ୍ ବ୍ୟାଙ୍କ ଫେରିବ କି? ବିପକ୍ଷ ପାଇଁ ଚ୍ୟାଲେଞ୍ଜ ବଢ଼ିବ କି?...ଏବେ ସବୁ ନଜର ଏବେ ବାଲେଶ୍ୱର ଉପରେ।
ରଘୁନାଥ ମହାନ୍ତି:
- ରଘୁନାଥ ମହାନ୍ତି ହେଉଛନ୍ତି ଜଣେ ଅନୁଭବୀ ନେତା।
- ରାଜ୍ୟ ରାଜନୀତିରେ ଜଣେ ପରିଚିତ ନାମ।
- ପୂର୍ବତନ ଆଇନ ମନ୍ତ୍ରୀ
- ୫ ଥର ବସ୍ତାରୁ ବିଧାୟକ
- ବିଜେଡିର ଟାଣୁଆ ନେତା
- କିନ୍ତୁ ୨୦୧୯ରେ ସେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ ଓ ନିର୍ବାଚନ ଲଢି ପରାଜୟ ହୋଇଥିଲେ।
ଜୀବନ ପ୍ରଦୀପ ଦାସ:
- ଜୀବନ ପ୍ରଦୀପ ଦାସଙ୍କ ରାଜନୀତିକ ଯାତ୍ରା ମଧ୍ୟ କମ୍ ରୋଚକ ନୁହେଁ।
- ୨୦୧୪ରେ ବିଜେଡି ଟିକେଟରେ ବିଧାୟକ
- ୨୦୧୯ରେ ପରାଜୟ
- ୨୦୨୦ରେ ବିଜେଡିରୁ ନିଲମ୍ବନ
- ପରେ ବିଜେପିରେ ଯୋଗ, ପୁଣି ଇସ୍ତଫା
- ଏବେ ପୁଣି ବିଜେଡିରେ ଏଣ୍ଟ୍ରି, ଏହାକୁ ରାଜନୀତିକ ‘କମ୍ବ୍ୟାକ୍’ ବୋଲି କୁହାଯାଉଛି।
ବାଲେଶ୍ୱରର ଦୁଇଜଣ ପ୍ରଭାବଶାଳୀ ନେତା ଘର ବାହୁଡା ଏବେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିପାରେ। ବାଲେଶ୍ୱରରେ ଭୋଟ୍ ସମୀକରଣ ବଦଳାଇପାରେ। ବିପକ୍ଷ ଦଳ ପାଇଁ ଏହା ନୂଆ ଚ୍ୟାଲେଞ୍ଜ ଆଣିପାରେ ବୋଲି ଚର୍ଚ୍ଚା ହେଉଛି।