ରୋଷେଇ କରୁଥିବାବେଳେ ଘଟିଛି ଅଘଟଣ । ଗ୍ୟାସ ଟାଙ୍କି ଫାଟି ୫ ଗୁରୁତର ହୋଇଛନ୍ତି । ଏପରି ଏକ ଅଘଟଣ ଅନୁଗୋଳ ତଳମୂଳ ପାଟଣାରେ ଘଟିଛି । ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ପରେ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲକୁ ଅଣାଯାଇଥିଲା ।
ସୂଚନା ଅନୁସାରେ, ଆଜି ଅନୁଗୋଳ ଜିଲ୍ଲା ତଳମୂଳ ପାଟଣା ଅଞ୍ଚଳରେ ଗ୍ୟାସ ସିଲିଣ୍ଡରରେ ରୋଷେଇ କରୁଥିବାବେଳେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା । ଏହି ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ହେବା ସମୟରେ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ଅଣାଯାଇଥିଲା । ଆହତଙ୍କ ପରିଚୟ ମିଳିଥିବା ସୂଚନା ମିଳିଛି । କେଉଁ କାରଣରୁ ଗ୍ୟାସ ଟାଙ୍କି ଫାଟିଛି ପୋଲିସ ଏହି ଘଟଣାର ତଦନ୍ତ କରୁଛି ।