ଚକ୍ଷୁଚିକିତ୍ସା କ୍ଷେତ୍ରରେ ଦୀର୍ଘ ୩୨ ବର୍ଷ ଧରି ସେବା ଯୋଗାଇଦେଇ ଆସୁଥିବା କଟକର ଜେପିଏମ ରୋଟାରୀ ଆଇ ହସ୍ପିଟାଲ ଗତ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଐତିହାସିକ ବାଲିଯାତ୍ରା ପଡ଼ିଆରେ ମାଗଣା ଚକ୍ଷୁ ଚିକିତ୍ସା ପାଇଁ ପରାମର୍ଶ ସହ ସମସ୍ତ ବ୍ୟବସ୍ଥା ଯୋଗାଇ ଦେଇ ଆସୁଛି । ଚଳିତବର୍ଷ ମଧ୍ୟ କଟକ ଉପର ବାଲିଯାତ୍ରା ପଡିଆ ମହାନଗର ନିଗମର କାର୍ଯ୍ୟଳୟ ନିକଟରେ ଚକ୍ଷୁ ଚିକିତ୍ସା ସମ୍ବନ୍ଧିୟ ଉତ୍ତମ ପରାମର୍ଶ ଦେବା ପାଇଁ ଏକ ମାଗଣା କ୍ୟାମ୍ପର ବ୍ୟବସ୍ଥା କରାଯାଇଛି ।
ଏହି କ୍ୟାମ୍ପରେ ଆଖି ସମ୍ବନ୍ଧିୟ ଯେକୌଣସି ସମସ୍ୟା କିପରି ସମାଧାନ ହୋଇପାରିବ ସେ ନେଇ ଆଖିରୋଗ ବିଶେଷଜ୍ଞ ମାନେ ପରାମର୍ଶ ଦେବା ସହ ଉତ୍ତମ ଅସ୍ତ୍ରୋପଚାର କରାଇବା ପାଇଁ ସମସ୍ତ ବ୍ୟବସ୍ଥା ରୋଟାରୀ ଆଇ ହସ୍ପିଟାଲରେ ରହିଛି। ତେଣୁ ଆଖି ସମ୍ବନ୍ଧିୟ ଯଦି କିଛି ସମସ୍ୟା ଅଛି ତେବେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ ଅନୁଷ୍ଠାନର ସଭାପତି ଜଗବନ୍ଧୁ ସାହୁ କହିଛନ୍ତି । ଅନ୍ୟପଟେ ଆଖି ସମସ୍ୟା ପାଇଁ ବିଳମ୍ବ ନ କରି ରୋଟାରୀ ଆଇ ହସ୍ପିଟାଲରେ ମାଗଣାରେ ପରୀକ୍ଷା କରାଇ ଚିକିତ୍ସା କରାଇଲେ ଅନ୍ଧତ୍ୱ ଦୂର ହୋଇ ପାରିବ ବୋଲି ରୋଟାରୀ ଆଇ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼କ୍ଟର ସନ୍ତୋଷ କୁମାର ମହାପାତ୍ର କହିଛନ୍ତି ।
ଅଧିକ ପଢନ୍ତୁ :- ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା