ବାରିପଦା: ପିଶାଚ ସ୍ୱାମୀ ନିଜ ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରି ମାଟିରେ ପୋତି ଦେବା ଘଟଣାର ପର୍ଦ୍ଦାଫାଶ । ଚାରି ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଦେବାଶିଷ ପାତ୍ର, ଦେବାଶିଷର ମା ଭାରତୀ ପାତ୍ର, ସହଯୋଗୀ ସମ୍ଭୁ ନାଏକ, ସିପୁନ ପ୍ରଧାନ ଗିରଫ।
କୁଳିଅଣା ଥାନା ସରପଙ୍ଖା ନୂଆଁଗାଁ (ପାତ୍ର ସାହି )ରେ ଘଟିଥିଲା ଡବଲ ମର୍ଡର । ବାଡି ପଛପଟ କଦଳୀ ଗଛ ମୂଳରୁ ଆଠ ଫୁଟ ମାଟି ତଳୁ ଉଦ୍ଧାର ହୋଇଥିଲା ଦୁଇ ଗଳିତ ମୃତ ଦେହ। ଘଟଣା ଅନୁସାରେ ସ୍ୱାମୀ ଦେବାଶିଷ ନିଜ ସ୍ତ୍ରୀ ଓ ଶାଶୁଙ୍କୁ ପଥର ଓ଼ କୁରାଢ଼ୀ ସାହାଯ୍ୟ ରେ ହତ୍ୟା କରି ମାଟିରେ ପୋତି ଦେଇଥିଲା। ଯେଉଁ ଘଟଣାରେ ସାହାଯ୍ୟ କରିଥିଲେ ଦେବାଶିଷଙ୍କ ମାଆ। ଏନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଛାୟତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ଗତ ୧୫ ତାରିଖରୁ ଉଭୟ ସ୍ତ୍ରୀ ଓ ଶାଶୁକୁ ହତ୍ୟା କରି ମାଟିରେ ପୋତି ଦେଇଥିଲା ଅଭିଯୁକ୍ତ। ଗତ ୧୨ ତାରିଖରେ ବାପ ଘରୁ ସ୍ବାମୀ ଘରକୁ ଆସିଥିଲେ ସୋନାଲି ଓ ତାର ମାଆ। ପାରିବାରିକ କଳହ ପାଇଁ ବିବାହର ତିନି ବର୍ଷ ମଧ୍ୟରେ ଦୀର୍ଘ ମାସ ଧରି ବାପ ଘରେ ରହୁଥିଲେ ସୋନାଲି। ସେପଟେ ବାପ ଘରୁ ଆସିବା ପରେ ଗତ ୧୭ଦିନ ଧରି ମାଆ ଓ ଝିଅ ସହ କୌଣସି ସମ୍ପର୍କ ନହେବାରୁ ସୋନାଲିର ପରିବାର ଲୋକ ନିଖୋଜ ଥିବାର ଥାନାରେ ଅଭିଯୋଗ କରିଥିଲେ । କୁଳିଅଣା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ ସହ ଅଭିଯୁକ୍ତଙ୍କୁ ଅଟକ ରଖି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଥିଲେ ।
ସେପଟେ ମାଉସୀ କବିତା ମହାନ୍ତଙ୍କ ସୁରକ୍ଷାରେ ସୋନାଲିଙ୍କ ଏକ ବର୍ଷର ଶିଶୁ ରହିବ ବୋଲି ସୂଚନା ରହିଛି ।