ଭୁବନେଶ୍ୱର: କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତ ପାଇଁ ସିଲଭର ପଦକ ଜିତିଥିବା ଆଥଲେଟ୍ ଗୁଲଭୀର ସିଂହ ଓ ଭାରୋତ୍ତୋଳିକା ହରଜିନ୍ଦର କୌରଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସ (X)ରେ ପୋଷ୍ଟ କରି କହିଛନ୍ତି ଯେ, ପୁରୁଷ ୧୦,୦୦୦ ମିଟର ଦୌଡ଼ରେ ସିଲଭର ପଦକ ଜିତିଥିବା ଗୁଲଭୀର ସିଂହ ଏବଂ ମହିଳା ୬୯ କେଜି ଭାରୋତ୍ତୋଳନ ବିଭାଗରେ ସିଲଭର ପଦକ ହାସଲ କରିଥିବା ହରଜିନ୍ଦର କୌର ଦେଶ ପାଇଁ ଗୌରବ ଆଣିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଦୁଇ କ୍ରୀଡ଼ାବିଦଙ୍କ ସଫଳତା ସେମାନଙ୍କ କଠିନ ପରିଶ୍ରମ, ଦୃଢ଼ ସଂକଳ୍ପ ଓ ଉତ୍କର୍ଷତା ପ୍ରତି ନିଷ୍ଠାର ପରିଚୟ। ସେମାନଙ୍କ ଏହି କୃତିତ୍ୱରେ ସମଗ୍ର ଦେଶ ଗର୍ବିତ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ଆଥଲେଟିକ୍ସରେ ଗୁଲବୀର ସିଂହଙ୍କ ପଦକ ଏବଂ ଭାରୋତ୍ତୋଳନରେ ହରଜିନ୍ଦର କୌରଙ୍କ ପଦକ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା 2026 ରେ ଭାରତର ପଦକ ସଂଖ୍ୟାକୁ ଆହୁରି ବୃଦ୍ଧି କରିଛି। ମୁଖ୍ୟମନ୍ତ୍ରୀ ଟିମ୍ ଇଣ୍ଡିଆର ଅବଶିଷ୍ଟ ପ୍ରତିଯୋଗିତା ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।