ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ୍ 2026 ଗୃହରେ ଆଗତ ହୋଇଛି । ଦୁଇ ଦିନ ହେବ ଲଗାତର ବିଲ୍ ଉପରେ ଆଲୋଚନା ଜାରି ରହିଛି । ବୁଧବାର ଲୋକସଭାରେ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଗୋଟିଏ ଶବ୍ଦ ‘ଇଡିଅଟ୍’ ତାଙ୍କୁ ଅଡ଼ୁଆ ଭିତରକୁ ଟାଣି ନେଇଛି । ସେ ତାଙ୍କର ମନ୍ତବ୍ୟ ପାଇଁ ଗୃହରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶାସଦ ଦଳର ସଦସ୍ୟମାନେ ଦାବି କରିଛନ୍ତି ।
ରାହୁଲ ଗାନ୍ଧୀ ନିଜ ମନ୍ତବ୍ୟ ଜଣେ ଛାତ୍ରଙ୍କ ସହିତ ହୋଇଥିବା ତାଙ୍କର ଆଲୋଚନାକୁ ଉପସ୍ଥାପନ କରିଥିଲେ । ଯାହାକୁ ସେ “ଛାତ୍ର, ଇଡିଅଟ୍ ଏବଂ ଅନ୍ଧଭକ୍ତ” ଭଳି ତିନୋଟି ଶବ୍ଦରେ ବର୍ଣ୍ଣନା କରିଥିଲେ ।
ରାହୁଲ ଗାନ୍ଧୀ ତାଙ୍କ ଭାଷଣ ଆରମ୍ଭରେ ଦେଶର ଭବିଷ୍ୟତ ପିଢ଼ିକୁ ପ୍ରଶଂସା କରିବା ସହିତ ସେମାନଙ୍କ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ କରିଥିଲେ । ଏହା ଛାତ୍ରମାନଙ୍କ ଏହା କ୍ରୋଧ, ହିଂସା କିମ୍ବା ଘୃଣା ନଥିଲା ବରଂ ଏହା ଦେଶର ଯୁବପିଢ଼ି ଏବଂ ଭବିଷ୍ୟତ ପିଢ଼ିର ଭାବନାର ଏକ ଗଭୀର ପ୍ରକାଶନ ଥିଲା। ତେଣୁ ବିଜେପିରେ ଥିବା ବନ୍ଧୁମାନଙ୍କ ସହିତ ସମସ୍ତ ରାଜନୈତିକ ଦଳ ଏହି ଭାବନାକୁ ସମ୍ମାନ ଦେବା ଉଚିତ। ସେ ନିଜ ଭାଷଣରେ ଜଣେ ଛାତ୍ରଙ୍କ ସହିତ ହୋଇଥିବା ତାଙ୍କର ଆଲୋଚନାକୁ ଗୃହ ସମ୍ମୁଖରେ କହିଥିଲେ । ରାହୁଲ କହିଥିଲେ ଯେ ତାଙ୍କର ଜଣେ ଝିଅ ସହିତ ସାକ୍ଷାତ ହୋଇଖଥିଲା ଏବଂ ସେ ଝିଅକୁ ଛାତ୍ରର ସଂଜ୍ଞା ପଚାରିଥିଲେ । ଉତ୍ତରରେ ଝିଅଟି କହିଥିଲା ଯେ ଜଣେ ଛାତ୍ର ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କର ଖୋଲା ମନ ଏବଂ ଖୋଲା ହୃଦୟ ଅଛି। ଜଣେ ଛାତ୍ର ହେଉଛନ୍ତି ସେହି ବ୍ୟକ୍ତି ଯିଏ ଆରମ୍ଭରୁ ଗ୍ରହଣ କରନ୍ତି ଯେ ସେମାନେ ସବୁକିଛି ଜାଣନ୍ତି ନାହିଁ ।
ସେହିପରି ରାହୁଲ ଗାନ୍ଧୀ ଆହୁରି କହିଥିଲେ ଯେ ଅନ୍ୟ ଜଣେ ଛାତ୍ରକୁ ପଚାରିଥିଲେ ଛାତ୍ର ଲକ୍ଷ୍ୟ କ'ଣ ଯାହାର ଉତ୍ତରେ ସେ କହିଥିଲା ଜଣେ ଛାତ୍ର ସତ୍ୟ ପଛରେ ଦୌଡ଼େ । ସେ କହିଲେ ଯେ ଜଣେ ଛାତ୍ର ସତ୍ୟକୁ ଗର୍ବର ସହିତ ତାଙ୍କ ଛାତିରେ ବହନ କରେ । ସେହିପରି ରାହୁଲ ସମ୍ପୃକ୍ତ ଛାତ୍ରାଙ୍କୁ ଦ୍ୱିତୀୟ ବର୍ଗ ବିଷୟରେ ପଚାରିବାରୁ ସେ କହିଥିଲେ ଯେ ଦ୍ୱିତୀୟ ବର୍ଗକୁ ଏକ ପ୍ରତିଛବି ଆବଶ୍ୟକ। କାରଣ ସେହି ପ୍ରତିଛବି ସତ୍ୟ ନୁହେଁ, କାରଣ ମୂର୍ଖ (ଇଡିଅଟ୍) ନିଜକୁ ଈଶ୍ୱର ଭାବି ଅଭିନୟ କରୁଛି । ତେଣୁ ସେମାନଙ୍କୁ ଏକ ପ୍ରତିଛବିର ଆବଶ୍ୟକତା ପଡ଼େ । ସେହିପରି ଅନ୍ଧଭକ୍ତର ସଂଜ୍ଞାରେ ସେ କହିଥିଲେ ଜଣେ ଅନ୍ଧ ଭକ୍ତ ହେଉଛି ସିଏ ଯିଏ ଇଡିଅଟକୁ ଈଶ୍ୱରଭାବେ ।
ଏହା ପରେ ଗୃହର ଶାସକ ଦଳର ସଦସ୍ୟ ନାରାବାଜି ଆରମ୍ଭ କରିଦେଇଥିଲେ । ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା କରିଥିଲା ଶାସକ ଦଳ । ଏହାରି ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମସ୍ତଙ୍କୁ ଶାନ୍ତ କରାଇ ‘ଇଡିଅଟ୍’ ଶବ୍ଦକୁ ସଂସଦର ରେକର୍ଡରୁ ହଟାଇବାକୁ ଅନୁରୋଧ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ବାଚସ୍ପତି ଓମ୍ ବିର୍ଲା ‘ଇଡିଅଟ୍’ ଶବ୍ଦକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।