ରାଜଧାନୀର ଏକ ମୁଡକି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ବଡ଼ ଧରଣର ବିସ୍ଫୋରଣ ସହ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି।
ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନରେ ପଳାଶପଲ୍ଲୀ ପୁନାମା ଗେଟ ନିକଟସ୍ଥ ଅରବିନ୍ଦ ନଗରରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଫ୍ୟାକ୍ଟ୍ରିରେ ଥିବା ତେଲ କଡ଼େଇରୁ ନିଆଁ ଲାଗିଥିବା ସୂଚନା ମିଳିଛି। ତୁରନ୍ତ ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ନିଆଁକୁ ଆୟତ୍ତ କରିଛନ୍ତି । ଏହି ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ।