ଭୁବନେଶ୍ୱର : ରାଜଧାନୀରେ ନକଲି ପୋଲିସ ଡିଏସପିକୁ ବାନ୍ଧିଲା କମିସନରେଟ୍ ପୋଲିସ୍ l ନିଜକୁ ଡିଏସପି କହି ଅନେକ ଲୋକଙ୍କୁ ଚାକିରି କରିଦେବ ବୋଲି କହି ଠକିଥିବା ଅଭିଯୋଗ ହୋଇଛି ।
ଗିରଫ ନକଲି ଡିଏସପି ନାମ ହେଉଛି ମାନସ ରଞ୍ଜନ ସେନାପତି । ଅଭିଯୁକ୍ତର ଘର ଭଦ୍ରକ ବାସୁଦେବପୁର ଅଂଚଳରେ ହୋଇଥିବା ବେଳେ ଭୁବନେଶ୍ୱର ଖାରବେନଗର ଥାନା ଅଂଚଳରେ ଥିବା ମଧୁସୂଦନ ନଗରରେ ରହୁଥିଲା l
ସୂଚନା ଅନୁଯାୟୀ ମାନସ ନକଲି ଡିଏସପି ପରିଚୟପତ୍ର ଦେଖାଇ ଲୋକଙ୍କୁ ଚାକିରୀ ଦେବା ନାଁରେ ଠକୁଥିଲା । ତା ନିକଟରୁ ପୋଲିସ ୟୁନିଫର୍ମ, ନକଲି ଆପୋଏଣ୍ଟ ମେଣ୍ଟ ଲେଟର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇ କାର୍ଡ , କାର, ମୋବାଇଲ ଫୋନ ଜବତ ହୋଇଛି l ସହିଦ ନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ପୋଲିସ୍ ହାତରେ ଧରାପଡିଥିଲା ।
ତେବେ ନକଲି ଡିଏସପି ମାନସ ଏବେ ସହିଦ ନଗର ଥାନା ପୋଲିସ ହେପାଜତରେ ରହିଛି । ସେ କେତେଜଣଙ୍କୁ ଠକିଛି ଓ କେତେ ଟଙ୍କା ଠକିଛି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରନାହିଁ । ଘଟଣା ସମ୍ପର୍କରେ ପୋଲିସ୍ ଅଧିକ ଛାନଭିନ କରୁଛି।