ଫେଲ୍ ମାରିଲା ଡକାୟତି ଯୋଜନା । ଗିରଫ ହେଲେ ୫ ଅଭିଯୁକ୍ତ । କମିଶନରେଟ୍ ପୋଲିସକୁ ମିଳିଲା ବଡ ସଫଳତା । ଡକାୟତି ଯୋଜନା କରୁଥିବା ସମୟରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ । ଡକାୟତମାନଙ୍କ ସମସ୍ତ ପ୍ଲାନ୍ ଫେଲ୍ ମାରିଛି । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପୋଲିସ ୫ ଡକାୟତଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ,ଡକାୟତମାନେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । କୌଣସି ମତେ ପୋଲିସ ଏହାର ଗୁଇନ୍ଦା ସୂଚନା ପାଇଥିଲା । ଏହାପରେ କମିଶନରେଟ୍ ପୋଲିସ ଚଢାଉ କରିଥିଲେ । ଚଢ଼ାଉପରେ ୫ ଜଣ ଡ଼କାୟତିଙ୍କୁ ଗିରଫ କରିଛି ପୋଲିସ । ଏଥିସହ ସେମାନଙ୍କ ଠାରୁ ଖଣ୍ଡା, ଗୋଟିଏ ଭୁଜାଲି, ଲଙ୍କା ଗୁଣ୍ଡ, ମାର୍ତୁଲ, ପେଚକସ ଜବତ କରାଯାଇଛି । ତେବେ ଗିରଫ ହୋଇଥିବା ୫ଜଣ ଡକାୟତଙ୍କ ବରୁଦ୍ଧରେ ପୂର୍ବରୁ ରାଜଧାନୀରେ ବିଭିନ୍ନ ଥାନାରେ ମାମଲା ରହିଛି । ଏଥିସହ ୫ ଜଣ ଡ଼କାୟତିଙ୍କୁ ଜେରା କରିବା ସହ ଏହି ମାମଲାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହେବ ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ :ସମ୍ବଲପୁରରେ ଥମୁନି ସାଇବର୍ ଠକେଇ