ସମ୍ବଲପୁର ଜିଲ୍ଲାର ଯୁଯୋମୁରା ବ୍ଳକର ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ କରିବା ଘଟଣା ନିତିଦିନ ଘଟିଚାଳିଛି । ତେବେ ଏହାର ସ୍ଥାୟୀ ପ୍ରତିକାର ପାଇଁ ଲୋକଙ୍କ ଦାବିକୁ ବର୍ତ୍ତମାନ ପର୍ଯ୍ୟନ୍ତ ପୂରଣ କରାଯାଇପାରିନାହିଁ।
ସୂଚନା ଅନୁସାରେ, ଯୁଯୋମୁରା ବ୍ଳକର ହାତିବାରି ଗ୍ରାମରେ ବଣୁଆ ହାତୀ ଉପଦ୍ରବ କରି ଲୋକଙ୍କ ଘର ଭାଙ୍ଗିବା ସହ ବହୁ କ୍ଷୟକ୍ଷତି କରୁଛନ୍ତି । ଶନିବାର ରାତିରେ ବଣୁଆ ହାତୀ ଗ୍ରାମରେ ପଶି ଲୋକଙ୍କ ଘର ଭାଙ୍ଗିବା ସହିତ ଚାଉଳକୁ ଫୋପାଡି ନଷ୍ଟ କରି ଦେଉଛନ୍ତି । ତେବେ ବନବିଭାଗ କର୍ମଚାରୀ ରବିବାର ସକାଳ ସମୟରେ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡିଛି। ତେବେ ହାତିବାରୀ ଗ୍ରାମ ନିକଟରେ ରବିବାର ସକାଳ ସମୟରେ ବଣୁଆ ହାତୀ ବୁଲାବୁଲି କରୁଥିବା ସୂଚନା ମିଳିଛି।