ବାଂଶପାଳ: ଆଖି ବୁଜିଲା ଅସୁସ୍ଥ ହାତୀ ମାଖନା। ତେଲକୋଇ ରେଞ୍ଜ ଅଞ୍ଚଳରେ ଚିକିତ୍ସାଧୀନ ଅବସ୍ଥାରେ ଏକ ମାଖନା ହାତୀର ମୃତ୍ୟୁ ଘଟିଛି। ୩ମାସ ତଳେ ଦନ୍ତାହାତୀ ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲା ମାଖନା। ମାଖନା ହାତୀର ମୃତ୍ୟୁ ପରେ ଉକ୍ତ ସ୍ଥାନରେ ଏକ ଶୋକର ଛାୟା ଖେଳି ଯାଇଛି। ତେବେ ସପ୍ତାହ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ଦୁଇ ହାତୀଙ୍କର ମୃତ ଘଟିଲାଣି।
ସୂଚନା ଅନୁସାରେ, ଗତ ୩ମାସ ତଳେ ଏକ ଦନ୍ତାହାତୀ ଆକ୍ରମଣରେ ଶିକାର ହୋଇଥିଲା ମାଖନା। ଗୁରୁତର ବସ୍ଥାରେ ଏକ ସ୍ବତନ୍ତ୍ର ଚିକିତ୍ସାକାରୀ ଦଳ ଗତ ନଭେମ୍ବର ୧୧ ତାରିଖରୁ ଟ୍ରାଙ୍କୁଲାଇଜ୍ କରି ହାତୀର ଚିକିତ୍ସା କରି ଆସୁଥିଲେ। ହେଲେ କିଛି ଦିନ ହେଲା ହାତୀଟିର ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଥିଲା। ତେଣୁ କେନ୍ଦୁଝର ଡିଏଫଓ ତାକୁ ଔଷଧ ଓ ସାଲାଇନ ଦେଇ ଚିକିତ୍ସା କରିଥିଲେ। ବନ ବିଭାଗର ସମସ୍ତ ଚେଷ୍ଟା ଶେଷରେ ବିଫଳ ହେଲା। ୫୦ ବର୍ଷ ବୟସର ମାଖନା ଶେଷରେ ଆଖି ବୁଜିଦେଲା। ତେବେ ବାରମ୍ଭାର କେନ୍ଦୁଝର ଜିଲ୍ଳାରେ ହାତୀ ମୃତ୍ୟୁ ବନବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।
ଅଧିକ ପଢନ୍ତୁ : ୩ ଟିକିଆ ହାତୀପଲଙ୍କ ଉପଦ୍ରବ : ଚିନ୍ତାରେ ଗ୍ରାମବାସୀ