ରେଢ଼ାଖୋଲ : ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରବ। କେତେବେଳେ ଗାଁରେ ପଶି ଲୋକଙ୍କର ଘର ଭାଙ୍ଗୁଛନ୍ତି ତ କେତେବେଳେ ନିରୀହ ଲୋକଙ୍କର ଜୀବନ ନେଉଛନ୍ତି। ତେବେ ବାରମ୍ବାର ହାତୀଙ୍କ ଏହିପରି ଆତଙ୍କଙ୍କୁ ନେଇ ଭୟଭୀତ ଅଛନ୍ତି ଗ୍ରାମବାସୀ। ଏପରିକି ବନବିଭାଗକୁ ଏ ନେଇ ଅଭିଯୋଗ କଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଗ୍ରାମବାସୀ କହିଛନ୍ତି।
ସେହିପରି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ କାଙ୍କଣପଡା ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ୩ ଟିକିଆ ହାତୀପଲ ଚାଷ ଜମୀରେ ପଶି ଧାନ ଖାଇ ନଷ୍ଟ କରୁଛନ୍ତି। ଏପରିକି ଗାଁର ୧୧ଜଣ ଚାଷୀ ଚାଷ କରିଥିବା ବିଭିନ୍ନ ପନିପରିବା ଆଳୁ, କୋବି, ଲଙ୍କା, ଟୋମାଟୋ, କଦଳୀଗଛ, ଆମ୍ବ ଗଛ ଏବଂ ବିଭିନ୍ନ ପ୍ରକାର ଡାଲି ଜାତୀୟ ଫସଲ ମାଡି ଦଳି ନଷ୍ଟ କରିଛନ୍ତି। ହାତୀପଲଙ୍କୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ ଏହାପରେ ତୁରନ୍ତ ବନ ବିଭାଗ ଖବର ଦେଇଥିଲେ। ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ।
ଅଧିକ ପଢନ୍ତୁ : ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡିଶା, ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ରେକର୍ଡ