ଜଳସମ୍ପଦ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କଲା ମଦ୍ୟପ ଯୁବକ । ଉନ୍ମୋଚକାଣ୍ଡ ଭିଆଇଲେ ମଦ୍ୟପ ଯୁବକ ଜଣକ । କର୍ମଚାରୀଙ୍କୁ ମାଡ ମାରି ଲହୁଲୁହାଣ କରିଦେଲେ । ବର୍ତ୍ତମାନ ସମୟରେ ମଦ୍ୟ ପାନ କରି ଉବକାନେ ଯୁବକ ମାନେ ମାରପିଟ କରୁଛନ୍ତି । ଯାହାଫଳରେ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡୁଛି । ଜଳସମ୍ପଦ ବିଭାଗରେ ପଶି ଜଳସମ୍ପଦ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କଲା ଜଣେ ମଦ୍ୟପ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ ।
ସୂଚନା ଅନୁଯାୟୀ,କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳପଡା ଠାରେ ଥିବା ଜଳସମ୍ପଦ କାର୍ଯ୍ୟାଳୟରେ ବୁଧବାର ରାତିରେ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ପଶିଥିଲେ । ଏହାପରେ ପ୍ରଥମେ ବୈତରଣୀ ଡିଭିଜନ ସିସିଇଙ୍କ କାର୍ଯ୍ୟାଳୟରେ ପାଟିତୁଣ୍ଡ କରିଥିଲେ। ଏହାପରେ ସେଠାରେ କାର୍ଯ୍ୟରତ ଫାଇନାନସିଆଲ ଆଡଭାଇଜରଙ୍କ ପିଅନଙ୍କ ମୁଣ୍ଡକୁ ହାତରେ ପିନ୍ଧିଥିବା ଏକ ପଞ୍ଚମୁଖୀ ଲୁହାରେ ମାରିଥିଲେ । ଯାହାଫଳରେ ପିଅନ ଜଣକ ଲହୁଲୁହାଣ ହୋଇଯାଇଥିଲେ ।
ଏହାପରେ ସେଠାରୁ ପଳେଇଆସି ବୈତରଣୀ ଡିଭିଜନ କାର୍ଯ୍ୟାଳୟ ଠାରେ ପଶି ପାଟିତୁଣ୍ଡ କରିଥିଲେ । ଏଥିସହ ଏକ କମ୍ପ୍ୟୁଟରକୁ ଭାଙ୍ଗିବା ସହ କାର୍ଯ୍ୟାଳୟ ପରିସରରେ ଥିବା କେତେକ ସ୍କୁଟି ଓ ବାଇକ୍ ଭଙ୍ଗାରୁଜା କରିଥିଲେ । ଯୁବକ ଜଣକ ଏଭଳି ପରିସ୍ଥିତି ସୃଷ୍ଟି କରିବାରୁ ସେଠାରେ କାର୍ଯ୍ୟକରୁଥିବା କର୍ମଚାରୀମାନେ ପୋଲିସକୁ ଖବର ଜଣାଇଥିଲେ । ଖବର ପାଇଁ ପୋଲିସ ସେଠାରେ ପହଂଚି ଅଭିଯୁକ୍ତ ଯୁବକକୁ କାବୁ କରିଥିଲେ । ଯୁବକଙ୍କ ଏଭଳି ଉନ୍ମୋଚକାଣ୍ଡ ପାଇଁ ବିଭାଗ ତରଫରୁ ଲିଖିତ ଏତଲା ଦିଆଯାଇଥିଲା । ଏହାପରେ ପୋଲିସ ସେହି ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।
ଅଧିକ ପଢନ୍ତୁ :ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା : ୩ ମୃତ