ଦିନକୁ ଦିନ ବେପରୁଆ ଏବଂ ଦ୍ରୁତଗତିର ଗାଡି ଚାଳନା ବଢିଚାଲିଛି ସଡକ ଦୁର୍ଘଟଣା। ଯାହାଫଳରେ ଚାଲିଯାଉଛି ଅନେକ ନିରୀହ ଜୀବନ। ସେହିଭଳି ପୁଣି ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ବାଇକ୍ ଏବଂ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହି ଦୁର୍ଘଟଣା ଉଦଳା-ବାରିପଦା ରାଜ୍ୟ ରାଜପଥର ବାଇଗଣବାଡିଆ ଛକ ନିକଟରେ ଘଟିଛି। ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି।
ସୂଚନା ଅନୁସାରେ, ବାରିପଦା-ଉଦଳା ରାଜ୍ୟ ରାଜପଥର ବାଇଗଣବାଡିଆ ଛକ ନିକଟରେ ବାଇକ୍ ଏବଂ ସ୍କୁଟି ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ଚାଲିଗଲା ୩ ନିରୀହ ଜୀବନ। ତେବେ ଏକ ବାଇକ୍ରେ ଦୁଇ ଜଣ ଯୁବକ ଉଦଳା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ସ୍କୁଟିରେ ଜଣେ ଯୁବକ ଯାଉଥିଲେ। ବାଇଗଣବାଡିଆ ଛକ ନିକଟରେ ଉଭୟ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ଦୁଇ ଏବଂ ବାଇକରେ ଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଯଦୁନାଥପୁର ଅଞ୍ଚଳର ଏବଂ ଜଣେ ବାଲିଯୋଡା ଅଞ୍ଚଳର ବୋଲି ଜଣାପଡିଛି। ଖବରପାଇ ବଡସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ଏପରିକି ସମସ୍ତ ଘଟଣା ବାବଦରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।