ଦୀଘା: ଦୀଘା ଜଗନ୍ନାଥ ମନ୍ଦିରର ମହାପ୍ରସାଦକୁ ଅପମାନ । ମହାପ୍ରସାଦ ନାମରେ ଆରମ୍ଭ ହୋଇଛି ବେପାର । ହୋଟେଲ ସଦୃଶ୍ୟ କରି ମନ୍ଦିର ପରିସରରେ ଡାଇନିଂ ପକାଇ ଆରମ୍ଭ ହୋଇଛି ପ୍ରସାଦ ସେବନ । ଏପରିକି ୧୦୦ ରୁ ୧୫୦ ଟଙ୍କା ମଧ୍ୟରେ ବିକ୍ରି ଚାଲିଛି ପ୍ରସାଦ ।
ତେବେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘା ରେ ପ୍ରାୟ ୨୦ ଏକର ଜାଗାରେ ପ୍ରାୟ ୨୫୦ ଶହ କୋଟି ଟଙ୍କାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମନ୍ଦିର ଠାରେ ଜଗନ୍ନାଥ ଧାମ ଲେଖିବା ପ୍ରସଙ୍ଗକୁ ନେଇ ବିବାଦରେ ମନ୍ଦିର ଥିବା ବେଳେ ପୁଣି ମହାପ୍ରସାଦକୁ ନେଇ ମନ୍ଦିର ଭିତରେ ଡାଇନିଂ ଟେବୁଲରେ ବସି ସେବନର ବ୍ୟବସ୍ଥା କରିଛନ୍ତି । ପୂର୍ବରୁ ଲଡୁ ସହିତ ଖୋଜା ଦେଇ କଣ୍ଟ୍ରାଲ ଦୋକାନ ମାଧ୍ୟମରେ ଗାଁ ଗାଁ ପ୍ରସାଦ ପହଞ୍ଚାଇ ଆରମ୍ଭ କରିଥିଲେ ରାଜନୀତି । ପରେ ପରେ ପ୍ରଭୁଙ୍କ ନୀତିକାନ୍ତିରେ ଦେଖା ଦେଇଥିଲା ବିଭିନ୍ନ ସମସ୍ୟା । କେବଳ ଏତିକି ନୁହେଁ ଗ୍ୟାସରେ ପ୍ରସାଦ ରାନ୍ଧି ମହା ପ୍ରସାଦ କରି ବିକ୍ରି ଆରମ୍ଭ ହୋଇଥିବା ବେଳେ ଏବେ ପୁଣି ସେହି ପ୍ରସାଦକୁ ମହା ପ୍ରସାଦ କରି ମନ୍ଦିର ପରିସରରେ ଆରମ୍ଭ କରିଛନ୍ତି ଚେୟାର ଟେବୁଲ ଡାଇନିଂ ରେ ସେବନ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ପୁଣି ଆଘାତ ସୃଷ୍ଟି ହୋଇଛି ।