ବର୍ତ୍ତମାନ ଢେଙ୍କାନାଳରେ ବ୍ୟାପିଛି ଝାଡ଼ାବାନ୍ତିର ଆତଙ୍କ। ଡାଇରିଆରେ ଚାଲିଗଲାଣି ୨ଜଣ ଆକ୍ରାନ୍ତଙ୍କ ଜୀବନ। ଏପରିକି ଏବେବି ୨୦ ରୁ ଉର୍ଦ୍ଧ୍ବ ରୋଗୀ ଢେଙ୍କାନାଳର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ମୃତକଙ୍କ ପରିଚୟ ଓଡ଼ାପଡ଼ା ବ୍ଲକ ନୟାଭାଗିରଥିପୁର ଗ୍ରାମର ଚୂନ ଦେହୁରୀ ଓ ଚୁଙ୍ଗୁଲା ଦେହୁରୀ ବୋଲି ଜଣାପଡିଛି। ତେବେ ବିଭିନ୍ନ ସ୍ଥାନରେ ଡାଇରିଆରେ ବ୍ୟାପିବାକୁ ନେଇ ଏହାର ତଦନ୍ତ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ।
ସୂଚନା ଅନୁସାରେ, ସମ୍ବଲପୁର ପରି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲେନି ଢେଙ୍କାନାଳ ବାସି। ଦିନକୁ ଦିନ ବ୍ୟାପିବାରେ ଲାଗିଛି ଏହି ଭୟଙ୍କର ଝାଡ଼ାବାନ୍ତି ସମସ୍ୟା। ତେବେ ଏହି ଡାଇରିଆରେ ରୋଗରେ ବର୍ତ୍ତମାନ ଢେଙ୍କାନାଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏବେବି ଢେଙ୍କାନାଳର ମୁଖ୍ୟ ଚିକିତ୍ସାଳୟରେ ୨୦ ରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହେଉଛନ୍ତି। ଏପରିକି ଆକ୍ରାନ୍ତଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସିଡିଏମଓଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ। କାରଣ ଏହି ସମସ୍ୟା ବଢ଼ିବାରୁ ସମସ୍ତେ ବେଶ ଭୟଭୀତ ଥିବା ପରିଲିକ୍ଷିତ ହେଉଛି। ତେବେ କେଉଁ କାରଣରୁ ଏହି ରୋଗ ବ୍ୟାପିବାରେ ଲାଗିଛି ତାହାର ମଧ୍ୟ ତନାଘନା ଚାଲିଛି।