ପୁରୀ : ପୁରୀ ଜିଲ୍ଲାର ଗସ୍ତରେ ଆସି ସୁଭଦ୍ରା ଯୋଜନାର ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ଏହି ଗସ୍ତରେ ପୁରୀ ଶ୍ରୀକ୍ଷେତ୍ର କଲୋନିର ବିଭିନ୍ନ ଅଙ୍ଗନଓ୍ବାଡି ସେଣ୍ଟର ବୁଲି ଦେଖିଥିବା ଦେଖିବାକୁ ମିଳିଛି। ଏତଦବ୍ୟତିତ ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସୁଭଦ୍ରା ପାଇଁ କୋଣସି ଜନସେବା କେନ୍ଦ୍ର କିମ୍ବା ଆଧାର କେନ୍ଦ୍ରରେ ଭିଡ଼ ଜମାନ୍ତୁ ନାହିଁ। ସେପ୍ଟେମ୍ବର ୧୭ ପରେ ମଧ୍ୟ ଆବେଦନ କରିଥିବା ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଅର୍ଥ ମିଳିବ।
ଅଯଥାରେ ତରବର ହୋଇ ଭିଡ କରନ୍ତୁ ନାହିଁ କି କାହା କଥାରେ ପଡି ଭ୍ରମିତ ହୁଅନ୍ତୁ ନାହିଁ। କେବଳ ଆଧାରକାର୍ଡ ନମ୍ବର ଦେଇ ଆବେଦନ କରନ୍ତୁ। ଏତଦବ୍ୟତିତ ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଫର୍ମ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରମଣ ଘଟଣା। ଘଟଣାକୁ ଦୃଢ଼ ନିନ୍ଦା କଲେ ପ୍ରଭାତୀ ପରିଡ଼ା। କୌଣସି ମହିଳା ଏବଂ ଅଧିକାରୀଙ୍କୁ ଆକ୍ରମଣ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା ରଖିଛନ୍ତି।