ରାଜ୍ୟରେ ଆଜି ଆଉ 12 ଜଣଙ୍କ ମୁଣ୍ଡ ଗଡାଇଲା ମହାମାରୀ କରୋନା
Khabar Odisha:Death-toll-in-Odisha-due-to-Covid19-rises-to-259-as-12-patients-succumb-to-the-virus-in-the-last-24-hours
ଭୁବନେଶ୍ୱର, ଅଗଷ୍ଟ ୦୮ (ଖବର ଓଡ଼ିଶା):

ରାଜ୍ୟରେ ପ୍ରତ୍ୟେକ ଦିନ ଭୟଙ୍କର ଭାବରେ ମାଡି ଚାଲିଛି ମହାମାରୀ କରୋନା ଭାଇରସ । ଗତ ୨୪ ଘଣ୍ଟା ମଧ୍ୟରେ ୧୨ଜଣ କରୋନା ସଂକ୍ରମିତ ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ମୃତ ୧୨ଜଣଙ୍କ ମଧ୍ୟରୁ ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲାରୁ ୨ଜଣ ଲେଖାଏ ରହିଛନ୍ତି। ସେହିପରି ଖୋର୍ଦ୍ଧା, ଗଜପତି, ବରଗଡ଼, ବାଲେଶ୍ୱର ଜିଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଥବା ଜଣାପଡିଛି ।

  • Tags:

Subscribe

National International State Sports Entertainment