ଆଠଗଡ : ଝୁଲନ୍ତା ଅବସ୍ଥାରେ ହୋଟେଲ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ଯୁବତୀଙ୍କ ମୃତଦେହ ଉଦ୍ଧାର । ଆଠଗଡ ତାରିଣୀ ଛକରେ ଏକ ଭଡ଼ା ଘରେ ଏହି ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିବା ପରେ ଘଟଣାର ବାବଦରେ ଅନ୍ୟ ହୋଟେଲ କର୍ମଚାରୀଙ୍କୁ ଅଧିକ ପଚରାଉଚରା କରୁଛି।
ସୂଚନା ଅନୁସାରେ, ଯୁବତୀ ଜଣଙ୍କ କିଛି ମାସ ଧରି ସେଲ୍ସେ ମ୍ୟାନ ଭାବେ ହୋଟେଲରେ କାର୍ଯ୍ୟ କରୁଥିଲେ। ହେଲେ ହୋଟେଲ ଅନ୍ୟ କର୍ମଚାରୀଙ୍କ କହିବା ମୁତାବକ ଯୁବତୀ ଜଣଙ୍କ କିଛି ଦିନ ହେବ କୌଣସି କଥାକୁ ନେଇ ଚିନ୍ତାରେ ରହିଥିଲେ। ଏପରିକି ୨ ଦିନ ହେବ ହୋଟେଲକୁ ମଧ୍ୟ କାମ କରିବା ପାଇଁ ଆସିନଥିଲେ। କିନ୍ତୁ ବୁଧବାର ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ତେଣୁ ସେ ଜୀବନ ହାରିଛନ୍ତି ନା କେହି ତାଙ୍କୁ ହତ୍ୟା କରିଛନ୍ତି ତାକୁ ନେଇ ସନ୍ଦେହ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।