ଭୁବନେଶ୍ୱର: ଗାଡ଼ିର ପିୟୁସିସି ସାର୍ଟିଫିକେଟ୍ ପାଇଁ ଦିଆଯାଇଥିବା ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଆସନ୍ତା ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ପିୟୁସିସି ଅବଧି ବୃଦ୍ଧି ପାଇଛି । ଏ ନେଇ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି ।
ପରିବହନ ମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ଅସୁବିଧାକୁ ଦେଖି ନିଷ୍ପତ୍ତି ପିୟୁସିସି ଅବଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁଠି ଅନିୟମିତତା ହେଉଛି, ସେପରି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି । ପିୟୁସିସି ପାଇଁ ଅଧିକରୁ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଆହ୍ୱାନ କରାଯାଉଛି । ଯେଉଁମାନେ ଟେଷ୍ଟିଂ ସେଣ୍ଟର ପାଇଁ ଆବେଦନ କରିବେ ଅଗ୍ରାଧିକାର ଦିଆଯିବ । ସେହିପରି ଯେଉଁମାନେ ପିୟୁସିସି କରିଛନ୍ତି, ସେମାନଙ୍କ ପାଇଁ ଗ୍ରୀନ୍ ଷ୍ଟିକର୍ ବାଧ୍ୟତାମୂଳକ ନୁହେଁ । କିନ୍ତୁ ଯଦି ଗ୍ରୀନ୍ ଷ୍ଟିକର୍ ଲଗାଇବେ ତାହା ହେଲେ ଯାଞ୍ଚ ପାଇଁ ସୁବିଧା ହେବ । ଯେଉଁମାନେ ଗାଡ଼ିର ପିୟୁସିସି କରି ସାରିଛନ୍ତି, ସେମାନେ ଆରଟିଓ କାର୍ଯ୍ୟାଳୟରୁ ଗ୍ରୀନ୍ ଷ୍ଟିକର୍ ପାଇ ପାରିବେ ।