କଟକ: ନୂଆବର୍ଷ ପୂର୍ବରୁ କଟକ ସହରର ରାଜନୀତି ସରଗରମ । କଟକ ସହରରେ ଲାଗିଥିବା ମହମ୍ମଦ ମୋକିମ୍ ଏବଂ ସୋଫିଆ ଫିର୍ଦ୍ଦୋସଙ୍କ ହୋର୍ଡିଂକୁ ନେଇ ଚର୍ଚ୍ଚା ଜୋର୍ । ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଏହି ହୋର୍ଡିଂଟି ଲାଗିଥିବା ଦେଖିବାକୁ ମିଳିଛି । ସୋଫିଆଙ୍କ ଫଟୋ ତଳେ ‘ବିଧାୟିକା’ ବୋଲି ଉଲ୍ଲେଖ ରହିଛି ହେଲେ ହୋର୍ଡିଂରେ ନାହିଁ କଂଗ୍ରେସର ଦଳୀୟ ସଙ୍କେତ ‘ହାତ’ ଚିହ୍ନ ।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ୍ । ଏନେଇ ମୋକିମ କହିଛନ୍ତି ପୋଷ୍ଟର କିଏ ଲଗେଇଛି ମୁଁ ଜାଣିନାହିଁ । କୌଣସି ଶୁଭେଛୁ ଏହାକୁ ବୋଧ ହୁଏ ଲଗାଇଛନ୍ତି। ଯେ ଭି ଲଗାଇଛନ୍ତି ତାଙ୍କୁ ମୁଁ ଧନ୍ୟବାଦ୍ ଜଣାଉଛି। ଆମ ଦୁଇ ଜଣଙ୍କ ପ୍ରତି ସହସହର ବାସିଙ୍କ ସମର୍ଥନ ରହିଛି । ଅଧିକାଂଶ ସ୍ଥାନରେ ଦଳୀୟ ଚିହ୍ନ ଓ ନେତାଙ୍କ ସହ ବ୍ୟାନର ରହିଛି। ଏହା ଏକ ସଧାରଣ ଘଟଣା। ଜଣେ ବିଧାୟକଙ୍କ ସ୍ଵତନ୍ତ୍ର ପରିଚୟ ଅଛି ସବୁ ବେଳେ ଦଳୀୟ ଚିହ୍ନର ଆବଶ୍ୟକତା ନଥାଏ ବୋଲି ପ୍ରତିକ୍ରିୟା ଦେଇଛନ୍ତି ମହମ୍ମଦ ମୋକିମ୍।