ଭୁବନେଶ୍ୱକ: ରାଜ୍ୟର ୩ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି । ତିନି ଜଣ ଆଇଏଏସ୍ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଦୁଇ ବରିଷ୍ଠ ଅଧିକାରୀ ଶାଳିନୀ ପଣ୍ଡିତ ଏବଂ ଡୋଡା ଭେଙ୍କଟସ୍ୱାମୀଙ୍କୁ ମଧ୍ୟ ପ୍ରମୁଖ ଶାସନ ସଚିବ ପାହ୍ୟା ମିଳିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆଜି ଓପିଏସ୍ ସ୍ତରରେ ମଧ୍ୟ ପଦୋନ୍ନତି ହୋଇଛି । ରାଜ୍ୟ ସରକାର 47 ଜଣ ଓପିଏସ୍ ଅଧିକାରୀଙ୍କ ଏସଡିପିଓ ଏବଂ ଉପ ଆରକ୍ଷୀ ଅଧିକ୍ଷକ ପଦକୁ ପଦୋନ୍ନତି କରିଛନ୍ତି । ସେହିପରି ଦୁଇ ଜଣ ଓପିଏସ୍ ଅଧିକାରୀ ଅତିରିକ୍ତ ଏସପି ପାହ୍ୟା ପାଇଛନ୍ତି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁନୀଲ କାନ୍ତ ମହାନ୍ତି ଗଜପତି ଜିଲ୍ଲାର ଅତିରିକ୍ତ ଏସପି ହୋଇଛନ୍ତି । ସେହିପରି ଅମୂଲ୍ୟ କୁମାର ଧର ରାୟଗଡ଼ା ଜିଲ୍ଲା ଗୁଣୁପୁର ପୋଲିସ ମୁଖ୍ୟାଳୟକୁ ଅତିରିକ୍ତ ଏସପି ହୋଇ ଯାଇଛନ୍ତି ।