ଭୁବନେଶ୍ୱର: ରାଜ୍ୟରେ ଓପିଏସ୍ ସ୍ତରରେ ପଦୋନ୍ନତି ହୋଇଛି । ରାଜ୍ୟ ସରକାର ୪୭ ଜଣ ଓପିଏସ୍ ଅଧିକାରୀଙ୍କ ଏସଡିପିଓ ଏବଂ ଉପ ଆରକ୍ଷୀ ଅଧିକ୍ଷକ ପଦକୁ ପଦୋନ୍ନତି କରିଛନ୍ତି । ସେହିପରି ଦୁଇ ଜଣ ଓପିଏସ୍ ଅଧିକାରୀ ଅତିରିକ୍ତ ଏସପି ପାହ୍ୟା ପାଇଛନ୍ତି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗୃହ ବିଭାଗର ଚିଠି ସଂଖ୍ୟା ୫୨୭୮୦ ଅନୁସାରେ ଦୁଇ ଜଣ ଓପିଏସ୍ କ୍ୟାଡର୍ ଅଧିକାରୀଙ୍କୁ ଅତିରିକ୍ତ ଏସପି ପଦ ମିଳିଛି । ସୁନୀଲ କାନ୍ତ ମହାନ୍ତି ଗଜପତି ଜିଲ୍ଲାର ଅତିରିକ୍ତ ଏସପି ହୋଇଛନ୍ତି । ସେହିପରି ଅମୂଲ୍ୟ କୁମାର ଧର ରାୟଗଡ଼ା ଜିଲ୍ଲା ଗୁଣୁପୁର ପୋଲିସ ମୁଖ୍ୟାଳୟକୁ ଅତିରିକ୍ତ ଏସପି ହୋଇ ଯାଇଛନ୍ତି ।