ହରଭଙ୍ଗା : ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ରଇଠାଣୀ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ତୀର୍ଥ ଯାତ୍ରୀ ବସ। ଫଳରେ ୧୮ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ ଡ୍ରାଇଭରଙ୍କୁ ନିଦ ଆସି ଯିବାରୁ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ ସମଲେଶ୍ବରୀ ଦର୍ଶନ ପାଇଁ ଯାଉଥିଲା। ହେଲେ ଆଜି ଭୋର ସମୟରେ ବସ ଟି ଭାରସାମ୍ୟ ହରାଇ ରଇଠାଣୀ ନିକଟରେ ରାସ୍ତା କଡ ଗଛକୁ ଧକ୍କା ଦେଇଥିଲା। ଫଳରେ ଗାଡିରେ ଥିବା ୧୮ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ବୌଦ୍ଧ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସl କରାଯିବା ପରେ ଅନ୍ୟ ଏକ ବସରେ ଘରକୁ ପଠାଇ ଦିଆଯାଇଛି । ଦୁର୍ଘଟଣା ପରେ ବସ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ଅଧିକ ପଢନ୍ତୁ ; ଆରପାରିରେ ସାନ୍ତାଳୀ ଲେଖିକା ମାଳତୀ ମୁର୍ମୁ