ଅନୁଗୋଳ: ହାତୀ ନେଲା ଜୀବନ । ଅନୁଗୋଳ ଜିଲ୍ଲା ସାହାରାଗୋଡା ସୁନାଭୁଇଁ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ୩୫ ବର୍ଷୀୟ ଜଲି ବେହେରା ।
ସୂଚନା ଅଣୁଅସ୍ତ୍ରଇ ବୁଧବାର ସକାଳୁ ସକାଳୁ ମହିଳା ଜଣଙ୍କ ପାଖ ନଳକୂପରୁ ପାଣି ଆଣିବାକୁ ଯାଇଥିଲେ । ଏହି ସମୟରେ ଦନ୍ତା ହାତୀଟି ମହିଳାଙ୍କୁ ଆକ୍ରମଣ କରିଥିଲା । ଯାହା ଫଳରେ ମହିଳାଙ୍କର ମୃତ୍ୟୁ ହୋଇଛି । ମହିଳାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଲାଗି ରହିଛି। ସବୁବେଳେ ଗାଁ ପାଖରେ ଦଳ ଦଳ ହାତୀ ବୁଲୁଛନ୍ତି । ହେଲେ ବନ ବିଭାଗ ଏମାନଙ୍କୁ ଆୟତ୍ତ ନ କରିବାରୁ ଏଭଳି ଘଟଣା ଗୋଟିଏ ପରେ ଗୋଟିଏ ଦେଖିବାକୁ ମିଳୁଛି । ଏ ପର୍ଯ୍ୟନ୍ତ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ନଥିବା ବେଳେ ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।