ଭୁବନେଶ୍ୱର:ଅବକାରୀ ବିଭାଗର ଅବକାରୀ ବିଭାଗ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ। ଦଶମ ଦିନରେ ୭୬.୬୧ ଲକ୍ଷ ମୂଲ୍ୟର ବେଆଇନ ସାମଗ୍ରୀ ଜବତ। ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ ଡିସେମ୍ବର ୨୦ ତାରିଖରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ଦଶମ ଦିନରେ ଅବକାରୀ ବିଭାଗ ୨୧୨ଟି ମାମଲା ରୁଜୁ କରିବା ସହ ୭୬.୬୧ ଲକ୍ଷ ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ନିଶା ସାମଗ୍ରୀ ଜବତ କରିଛି।
ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦଶମ ଦିନର ଚଢ଼ାଉ ଅଭିଯାନରେ NDPS ଆଇନ ଅନୁଯାୟୀ ଗୋଟିଏ ମାମଲା ରୁଜୁସହ ୬୩ ଜଣଙ୍କୁ ଗିରଫ କରାଯାଇଛି। ଚଢ଼ାଉକାରି ଦଳଗୁଡ଼ିକ ମୋଟ ୮,୫୨୪ ଲିଟର ବେଆଇନ ଦେଶୀ ମଦ ଏବଂ ୩୭୭ ଲିଟର duty - paid liquor ମଧ୍ୟ ଜବତ କରିଛନ୍ତି। ସେହିପରି ୭୮,୫୦୦ ଲିଟର ମହୁଲି ପୋଚ, ୧୦,୦୦୦ କିଲୋ ଗୁଡ଼ ପୋଚ, ୨୭୪ କିଲୋ ମହୁଲି ଫୁଲ ଏବଂ ୭୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି।
ଏହି ଦିନର ଏକ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ, କୋରାପୁଟ ଅବକାରୀ ଦଳ କୋଟପାଡ୍ ଅଞ୍ଚଳର ବୋଣ୍ଡାଗୁଡ଼ାରେ ଏକ ବେଆଇନ ଉତ୍ପାଦନ ୟୁନିଟ୍ ଉପରେ ଚଢାଉ କରି ଏକ ସମ୍ପୂର୍ଣ୍ଣ ନକଲି ବିଦେଶୀ ମଦ ପ୍ରସ୍ତୁତି ୟୁନିଟର ପର୍ଦ୍ଦାଫାଶ କରିଛି । ଏହି ଚଢାଉରେ ୧୫୪୫.୧୬ ଲିଟର ନକଲି ମଦ ଜବତ କରାଯାଇଥିଲା I ଏଥି ସହିତ ବହୁ ପରିମାଣର ନକଲି ପ୍ୟାକେଜିଂ ସାମଗ୍ରୀ ଯଥା ଡୁପ୍ଲିକେଟ କମ୍ପାନୀ ଲେବଲ୍, କର୍କ, ସ୍ପିରିଟ୍, ରାସାୟନିକ ପଦାର୍ଥ, ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ଉତ୍ପାଦନ ଉପକରଣ ଅନ୍ତର୍ଭୁକ୍ତ ରହିଛି।