ଭୁୁବନେଶ୍ୱର: ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସକରାରଙ୍କ ନୂଆ ବର୍ଷ ଭେଟି । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(ଡିଏ) ୫ ପ୍ରତିଶତ ବୃଦ୍ଧି କରାଯାଇଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି । ଏହା ସହ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ୬୦ ପ୍ରତିଶତ ବୃଦ୍ଧି ଘଟିଛି । ଷଷ୍ଠ ବେତନ ଆୟୋଗଙ୍କ ସ୍ଲେଲ ପେ ଆଧାରରେ ଏହି ବୃଦ୍ଧି କରାଯାଇଛି । ଜୁଲାଇ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ । ଏ ନେଇ ଆଜି ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସଦ୍ୟତମ ବୃଦ୍ଧିକୁ ମିଶାଇ ଚଳିତ ବର୍ଷ ତିନି ଥର ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ ରାଜ୍ୟ ସରକାର ଦୀପାବଳିରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଥିଲେ । ଚଳିତ ବର୍ଷ ଏପ୍ରିଲ ମାସରେ ମଧ୍ୟ ଡିଏ ବୃଦ୍ଧି କରାଯାଇଥିଲା । ସବୁଠୁ ବଡ କଥା କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗ ପାଇଁ ପ୍ରସ୍ତୁତି କରୁଛନ୍ତି । ଯଦି ଏହା ୨୦୨୬ରେ ଲାଗୁ ହୁଏ ତେବେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ନିଜ ସରକାରୀ କର୍ମଚାରୀଙ୍କ ପାଇଁ ଏ ବିଷୟରେ ଚିନ୍ତା କରି ପାରନ୍ତି ।
Also read: ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ରେଢ଼ାଖୋଲ ବାଇପାସ୍ ରୋଡ୍ ନିର୍ମାଣ ପାଇଁ କଲେ ଅନୁରୋଧ