ନୂଆଦିଲ୍ଲୀ: ଭାରତ ପଞ୍ଚମ ଟି-୨୦ରେ ଶ୍ରୀଲଙ୍କାକୁ ୧୫ ରନରେ ପରାସ୍ତ କରିଛି। ଏହା ସହିତ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୫-୦ରେ ଜିତି ନେଇଛି। ପଞ୍ଚମ ଟି-୨୦ ତିରୁବନନ୍ତପୁରମରେ ଖେଳାଯାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୧୭୫ ରନ କରିଥିଲା। ଭାରତ ପାଇଁ ଅଧିନାୟକ ହରମନପ୍ରୀତ କୌର ୬୮ ରନର ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ବିଜୟ ସହିତ ୨୦୨୫ ବର୍ଷକୁ ବିଦାୟ ଦେଇଛି।
୧୭୬ ରନର ଲକ୍ଷ୍ୟ ପିଛା କରିଥିବା ଶ୍ରୀଲଙ୍କା ଦଳର ଆରମ୍ଭ ଖରାପ ଥିଲା। ଅଧିନାୟକ ଚାମାରି ଆଟାପାଟ୍ଟୁ ମାତ୍ର ୨ ରନ କରି ଆଉଟ ହୋଇଥିଲେ। ଏହାପରେ ହାସିନି ପେରେରା ଏବଂ ଇମେଶା ଦୁଲାନି ଭାରତୀୟ ବୋଲରଙ୍କୁ ନୟନ୍ତା କରିଥିଲେ । ଉଭତ ଦ୍ୱିତୀୟ ୱିକେଟ ପାଇଁ ୭୯ ରନର ଭାଗୀଦାରି କରିଥିଲେ। ପେରେରା ଏବଂ ଦୁଲାନି ଯଥାକ୍ରମେ ୬୫ ଏବଂ ୫୦ ରନ କରିଥିଲେ।
ଗୋଟିଏ ସମୟରେ, ଶ୍ରୀଲଙ୍କା ୨ ୱିକେଟ ହରାଇ ୧୦୦ ରନ କରିଥିଲା, କିନ୍ତୁ ପରେ ୱିକେଟ ପତନ ଆରମ୍ଭ ହୋଇଥିଲା। ଶ୍ରୀଲଙ୍କାର ସ୍କୋର ଶୀଘ୍ର ୧୦୦/୨ ରୁ ୬ ୱିକେଟରେ ୧୪୦ ହୋଇଗଲା। ଶ୍ରୀଲଙ୍କା ମାତ୍ର ୨୫ ବଲ୍ ମଧ୍ୟରେ ୪ ୱିକେଟ ହରାଇଥିଲା।
ଭାରତ କ୍ଲିନ୍ ସୁଇପ୍
ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୫-୦ରେ ଜିତି ଭାରତ ଶ୍ରୀଲଙ୍କାକୁ ହ୍ୱାଇଟ୍ ୱାଶ୍ କରିଛି। ଡିସେମ୍ବର ୨୧ ରୁ ଡିସେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ଖେଳାଯାଇଥିବା ସିରିଜର ସମସ୍ତ ପାଞ୍ଚଟି ମ୍ୟାଚ୍ ଭାରତୀୟ ଦଳ ଜିତିଛି। ଏକଦା ୫ ୱିକେଟ୍ ହରାଇ ୭୭ ରନ କରି ଭାରତ ମୁସ୍କିଲ ସ୍ଥିତିରେ ଥିଲା । କିନ୍ତୁ କିନ୍ତୁ ଅଧିନାୟକ ହରମନପ୍ରୀତ କୌର ୪୩ ବଲରେ ୯ ଚୌକା ଓ ଏକ ଛକା ଦମରେ ଦଳର ସ୍କୋରକୁ ୧୫୦ ଅତିକ୍ରମ କରାଇଥିଲେ । ବାକି କାମ ଅରୁଣାଧତି ରେଡ୍ଡୀ ପୂରା କରିଥିଲେ । ସେ ୧୧ ବଲରୁ ୨୭ ରନ କରିବାରୁ ଭାରତ ୧୭୫ ରନ କରିପାରିଥିଲା ।
ମହିଳା ଟି-୨୦ କ୍ରିକେଟ ଇତିହାସରେ ଭାରତୀୟ ଦଳ ଏବେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ବିଜୟର ରେକର୍ଡ ରଖିଛି। ଏହା ଶ୍ରୀଲଙ୍କା ବିପକ୍ଷରେ ଭାରତର ୨୫ତମ ଟି-୨୦ ବିଜୟ ଥିଲା। ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡକୁ ୩୩ ଥର ପରାସ୍ତ କରି ଏକ ଦଳ ବିପକ୍ଷରେ ସର୍ବାଧିକ ଟି-୨୦ ମ୍ୟାଚ୍ ଜିତିବାର ରେକର୍ଡ ରଖିଛି। ଅଷ୍ଟ୍ରେଲିଆ ମଧ୍ୟ ୨୬ ଥର ଭାରତକୁ ପରାସ୍ତ କରିଛି।