ମୁମ୍ବାଇ: ନୂତନ ବର୍ଷ ପୂର୍ବରୁ ବିସିସିଆଇ ଭାରତର ଘରୋଇ ମହିଳା କ୍ରିକେଟରମାନଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ଉପହାର । ବୈଠକରେ ବିସିସିଆଇ ଘରୋଇ ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଖେଳାଳିମାନଙ୍କ ଦରମା ଏବେ ଦ୍ୱିଗୁଣିତ ହୋଇଛି। ଏହା ମହିଳା କ୍ରିକେଟର ସ୍ୱାର୍ଥ ପାଇଁ ଏକ ସକାରାତ୍ମକ ପଦକ୍ଷେପ ନେଇଛି ବୋର୍ଡ। ସମ୍ପ୍ରତି, ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମହିଳା ଦିନିକିଆ ବିଶ୍ୱକପ୍ ଜିତିଛି।
ଏପର୍ଯ୍ୟନ୍ତ ମହିଳା କ୍ରିକେଟରମାନେ ଘରୋଇ ଟୁର୍ଣ୍ଣାମେଣ୍ଟରେ ବହୁତ କମ୍ ମ୍ୟାଚ୍ ଫି ପାଉଥିଲେ। ସିନିୟର ମହିଳା ଟୁର୍ଣ୍ଣାମେଣ୍ଟରେ, ପ୍ଲେଇଂ ଇଲେଭେନର ଖେଳାଳିମାନେ ପ୍ରତିଦିନ ୨୦ ହଜାର ପାଉଥିଲେ। ରିଜର୍ଭ ଖେଳାଳିମାନେ ୧୦ ହଜାର ଟଙ୍କା ପାଉଥିଲେ। ଜୁନିଅର ଦଳରେ ପ୍ଲେଇଂ ଇଲେଭେନର ଖେଳାଳିମାନେ ପ୍ରତି ମ୍ୟାଚରେ ୧୦ ହଜାର ଟଙ୍କା ପାଉଥିଲେ। ରିଜର୍ଭ ଖେଳାଳିମାନେ ୫ ହଜାର ଟଙ୍କା ପାଉଥିଲେ। ତଥାପି, T20 ଟୁର୍ଣ୍ଣାମେଣ୍ଟରେ, ଏହି ପରିମାଣ ଆହୁରି କମ୍। ଏହାକୁ ଦୃଷ୍ଟିରେ ରଖି, ବିସିସିଆଇ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।
ନୂତନ ଦରମା ଅନୁଯାୟୀ, ସିନିୟର ମହିଳା ଟୁର୍ଣ୍ଣାମେଣ୍ଟରେ ପ୍ଲେଇଂ ଇଲେଭେନରେ ଥିବା ଖେଳାଳିମାନେ ଏବେ ମ୍ୟାଚ୍ ପିଛା ୫୦ ହଜାର ପାଇବେ। ଆଉ ରିଜର୍ଭ ଖେଳାଳିମାନେ ୨୫ ହଜାର ଟଙ୍କା ପାଇବେ। ଟି-୨୦ ମ୍ୟାଚ୍ ପାଇଁ ମଧ୍ୟ ଦରମା ବୃଦ୍ଧି କରାଯାଇଛି। ଚୂଡ଼ାନ୍ତ ଏକାଦଶରେ ଥିବା ଖେଳାଳିମାନେ ୨୫ ହଜାର ଏବଂ ରିଜର୍ଭ ଖେଳାଳିମାନେ ୧୨ ହଜାର ୫୦୦ ଟଙ୍କା ପାଇବେ। ଏହା ବ୍ୟତୀତ, ଜୁନିଅର ଟୁର୍ଣ୍ଣାମେଣ୍ଟରେ ପ୍ଲେଇଂ ଇଲେଭେନରେ ଥିବା ଖେଳାଳିମାନେ ୨୫ ହଜାର ଏବଂ ରିଜର୍ଭ ଖେଳାଳିମାନେ ୧୨ ହଜାର ୫୦୦ ଟଙ୍କା ପାଇବେ। ବିସିସିଆଇର ଏହି ନିଷ୍ପତ୍ତି ଘରୋଇ କ୍ରିକେଟରେ ମହିଳା ଖେଳାଳିଙ୍କ ଦରମା ଦ୍ୱିଗୁଣିତ ହୋଇଛି।
ଏହା ବ୍ୟତୀତ, ଘରୋଇ କ୍ରିକେଟରେ ଅମ୍ପାୟାର ଏବଂ ମ୍ୟାଚ୍ ରେଫରି ସମେତ ମ୍ୟାଚ୍ ଅଧିକାରୀମାନେ ମଧ୍ୟ ଏହି ନୂତନ ଫି ଗଠନରୁ ଉପକୃତ ହେବେ। ଘରୋଇ ଟୁର୍ଣ୍ଣାମେଣ୍ଟରେ ଲିଗ୍ ମ୍ୟାଚ୍ ପାଇଁ, ଅମ୍ପାୟାର ଏବଂ ମ୍ୟାଚ୍ ରେଫରିମାନେ ମ୍ୟାଚ୍ ପିଛା ୪୦ ହଜାର ପାଇବେ। ନକଆଉଟ୍ ମ୍ୟାଚ୍ ପାଇଁ, କାର୍ଯ୍ୟକ୍ଷମ ଆବଶ୍ୟକତା ଉପରେ ଆଧାର କରି ଦୈନିକ ମ୍ୟାଚ୍ ଫି ନିର୍ଦ୍ଧାରଣ କରାଯିବ। ମ୍ୟାଚ୍ ଅଧିକାରୀମାନେ ସେହି ଦିନ ପାଇଁ ପ୍ରାୟ ୫୦ ହଜାରରୁ ୬୦ ହଜାର ଟଙ୍କା ପାଇବେ।
Alsao read:ଶୁଭମନ ଗିଲଙ୍କୁ ମିଳିଲାନି ଦିନିକିଆ ଦଳର ଅଧିନାୟକ ପଦ, ୧୮ ଜଣିଆ ଦଳରେ ଅଭିଷେକ-ଅର୍ଶଦୀପ ସାମିଲ୍