ପାଟନା: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦ୍ଵାରା ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ହିଜାବ ଟାଣିବା ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଆୟୁଷ ଡାକ୍ତର ନୁସରତ ପରଓ୍ଵିନ ନିର୍ଦ୍ଧାରିତ ସମୟ ବିତିବା ପରେ ବି ନିଜର ଦାୟିତ୍ଵ ଗ୍ରହଣ କରି ନାହାନ୍ତି। ଏହା ମଧ୍ୟରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ନବ ନିଯୁକ୍ତ ଆୟୁଷ ଚିକିତ୍ସକଙ୍କ ଚାକିରିରେ ଯୋଗଦାନ କରିବାର ଶେଷ ତାରିଖ ବଢାଇ ଦେଇଛନ୍ତି।
ଡିସେମ୍ବର ୨୦ ଶେଷ ତାରିଖ ଥିଲା
ରାଜ୍ୟ ସ୍ୱାସ୍ଥ୍ୟ କମିଟି ଦ୍ୱାରା ଜାରି ଏକ ସରକାରୀ ଚିଠି ଅନୁଯାୟୀ, ଆୟୁଷ ଡାକ୍ତରଙ୍କ ନିଯୁକ୍ତି ପାଇଁ ପୂର୍ବରୁ ଡିସେମ୍ବର ୨୦ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏବେ ଶେଷ ତାରିଖକୁ ଏବେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ତାରିଖ ସୁଦ୍ଧା ଯୋଗ ନ ଦେଲେ ଆୟୁଷ ଡାକ୍ତରମାନେ ସେମାନଙ୍କର ନିଯୁକ୍ତି ହରାଇବେ।
ଡିସେମ୍ବର ୧୫ ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ହିଜାବ ବିବାଦ ଆରମ୍ଭ ହୋଇଥିଲା। ପାଟନାର ସମ୍ବାଦ କୋଠରୀରେ ନବନିଯୁକ୍ତ ଆୟୁଷ ଡାକ୍ତରମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ପାଇଁ ଏକ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେତେବେଳେ ଜଣେ ମୁସଲିମ ମହିଳା, ଡାକ୍ତର ନୁସରତ ପରୱିନ ନିଜର ନିଯୁକ୍ତି ପତ୍ର ଗ୍ରହଣ କରିବାକୁ ମଞ୍ଚ ଉପରେ ଆସିଥିଲେ, ନୀତିଶ କୁମାର ହାତ ବଢାଇ ତାଙ୍କ ହିଜାବ କାଢ଼ି ଦେଇଥିଲେ। ତାଙ୍କୁ ପଚାରିବା ଶୁଣାଯାଇଥିଲା, "ଏହା କ'ଣ?"
ନୀତିଶଙ୍କ ଏମିତି ଏତାଦୃଶ୍ୟ କାର୍ଯ୍ୟକ୍ରମର ମଞ୍ଚରେ ଥିବା ସମସ୍ତଙ୍କୁ ଚକିତ କରିଥିଲା। ପାଖରେ ଠିଆ ହୋଇଥିବା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ତୁରନ୍ତ ହସ୍ତକ୍ଷେପ କରି ମୁଖ୍ୟମନ୍ତ୍ରୀଙ୍କ ହାତ ଧରି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଅନ୍ୟ ଅଧିକାରୀମାନେ ଶୀଘ୍ର ମହିଳା ଡାକ୍ତରଙ୍କୁ ଅନ୍ୟ ସ୍ଥାନକୁ ନେଇ ଯାଇଥିଲେ। ଏହି ଘଟଣା ମହିଳା ଡାକ୍ତରଙ୍କୁ ବେଶ ଅସ୍ଵସ୍ତିକର କରି ଦେଇଥିଲା। ପରବର୍ତ୍ତୀ ସମୟରେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
Also read: ବାଂଲାଦେଶ ପରେ ଓକଲ୍ୟାଣ୍ଡରେ ଭାରତ ବିରୋଧୀ ହିଂସା