ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଆଜମେର ସରିଫ ଦରଘା ପାଇଁ ଚାଦର ପଠାଯିବା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଛି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲା ବାଗଚିଙ୍କ ପୀଠରେ ଏହି ଯାଚିକା ଦାୟର କରାଯାଇଛି । ତେବେ ତତ୍କାଳ ଶୁଣାଣି ପାଇଁ କରାଯାଇଥିବା ଦାବିକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ଆବେଦନରେ କୁହାଯାଇଛି ଯେ, ପିଏମ ମୋଦୀଙ୍କ ପକ୍ଷରୁ ଖ୍ୱାଜା ମୁଇୁନୁଦ୍ଦୀନ ଚିସ୍ତିଙ୍କ ଦରଘାରେ ଚାଦର ଚଢାଇବା ପାଇଁ ପଠାଯାଇଛି । ଏହାକୁ ୮୧୪ତମ ବାର୍ଷିକ ଉର୍ସ ଅବସରରେ ଚାଦର ଚଢା ଯିବାର ଅଛି । ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ କିରେନ ରିଜିଜୁ ଏହି ଚାଦରକୁ ପିଏମ ମୋଦୀଙ୍କ ପକ୍ଷରୁ ଚଢାଇବେ । ଏହା ଉପରେ ରୋକ୍ ଲଗାଇବାକୁ ଦାବି ହୋଇଛି ।
ଆବେଦନରେ ଉଲ୍ଲେଖ ରହିଛି ଯେ, ଆଜମେର ଦରଘାରେ ପିଏମ ମୋଦୀଙ୍କ ପକ୍ଷରୁ ଚାଦର ଚଢାଇବା ଭୁଲ୍ ଅଟେ । କାରଣ ଦାବି କରାଯାଉଛି ଯେ, ଉକ୍ତ ଦରଘାରେ ଶିବଙ୍କ ମନ୍ଦିର ଥିଲା ଏବଂ ଏହି ସମ୍ବନ୍ଧରେ ଅଦାଲତରେ ଏକ ଯାଚିକାର ଶୁଣାଣି ଚାଲିଛି । ଏଥିପାଇଁ ପିଏମ ମୋଦୀଙ୍କ ପକ୍ଷରୁ ପଠାଯାଉଥିବା ଚାଦର ଉପରେ ରୋକ ଲଗାଯାଉ ଏବଂ ତତ୍କାଳ ପିଟିସନ ଉପରେ ଶୁଣାଣି ହେଉ ।
ଏହା ଉପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଆଜି ଏହା ଉପରେ ଶୁଣାଣି ହୋଇ ପାରିବ ନାହିଁ । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଆଜମେର ଦରଘା ପାଇଁ ଚାଦର ପଠାଯାଏ । ଆଉ ପିଏମ ମୋଦୀ ଏହି ପରମ୍ପରାକୁ କାଏମ ରଖିଛନ୍ତି ।
Also read: ଅବସରକୁ ନେଇ ବଡ ଖୁଲାସା କଲେ ରୋହିତ ଶର୍ମା, କହିଲେ- ଭିତରୁ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲି, କାରଣ...