ଭୁବନେଶ୍ୱର: ବିଦାୟ ନେଉଛି ବର୍ଷ ୨୦୨୫ । ରାତି ପାହିଲେ ଅତୀତର ଅତଳ ଗର୍ଭରେ ବିଲୀନ ହୋଇଯିବ ୨୦୨୫ରେ ଘଟିତ ଅସୁମାରି ଘଟଣାବଳୀର ତିକ୍ତ ମଧୁର ଅନୁଭୂତି, ଅପାସୋରା ମୁହୂର୍ତ୍ତ, ସଫଳତା ଓ ବିଫଳତାର ଚିତ୍ର । ଆଉ ନୂଆ ଆଶା, ଉଦ୍ଦୀପନା ନେଇ ପୁଣି ଆରମ୍ଭ ହେବ ନୂଆ ବର୍ଷ । ୨୦୨୬କୁ ସ୍ୱାଗତ କରିବା ପାଇଁ ସବୁଠୁ ପ୍ରସ୍ତୁତି ଆରମ୍ଭ ହେଲାଣି । ଏହାସହ ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ଆସି ଭୋର ୫ଟାରୁ ଚନ୍ଦ୍ରଭାଗା ମହୋଦଧି କୂଳରେ ଅପେକ୍ଷା କରିଥିଲେ ।
ସମସ୍ତଙ୍କ ମନରେ ଗୋଟିଏ ଭାବନା ଯେ ଆସନ୍ତା ନବ ବର୍ଷ ସମସ୍ତଙ୍କ ପାଇଁ ସୁଖ ମୟ ହେଉ । କେହିକେହି ଶ୍ରଦ୍ଧାଳୁ ଦୀପ ଜାଳି ମହାପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ବନ୍ଦନା କରୁଛନ୍ତି । କେହି କେହି ଶ୍ରଦ୍ଧାଳୁ ମହାପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ନମସ୍କାର କରି ପରିବାରର ମଙ୍ଗଳ କାମନା କରୁଛନ୍ତି । ସେପଟେ ଆଜି ଓ ଆସନ୍ତାକାଲି ଆହୁରି ଭିଡ ବଢ଼ିବ । ତେଣୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳାର ସହ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି ।