କଟକ: ଗିରଫ ହେଲେ କୋଟିପତି ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କୁ ଗିରଫ କଲା ଭିଜିଲାନ୍ସ। ମଙ୍ଗଳବାର ସକାଳୁ ଏକକାଳୀନ ୪ଟି ସ୍ଥାନରେ ରେଡ୍ ମାରିଥିଲା ଭିଜିଲାନ୍ସ ଟିମ୍। ଚଢାଉ ବେଳେ ଜିତେନ୍ଦ୍ର ପଣ୍ଡାଙ୍କ ଘରୁ ୭୫ ଲକ୍ଷ ଜବତ କରାଯାଇଛି। ଭୁବନେଶ୍ବର ବଡ଼ଗଡ଼ ବ୍ରିଟ କଲୋନୀ ସ୍ଥିତ ଶାଶୁଙ୍କ ଘରୁ ଏହି ୭୫ ଲକ୍ଷ ଜବତ ହୋଇଛି। ଏଥିସହ ୩ଟି ସୁଉଚ୍ଚ କୋଠା, ଗୋଟିଏ ଫ୍ଲାଟ ଓ ୪ଟି ଦାମୀ ପ୍ଲଟ ପାଇଛି ଭିଜିଲାନ୍ସ।
ଜିତେନ୍ଦ୍ରଙ୍କ ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ ମହଲା କୋଠା ରହିଛି। ବଡ଼ଗଡ଼ ବ୍ରିଟ କଲୋନୀରେ ୩ ମହଲା କୋଠା ଓ ଉତ୍ତରାରେ ୨ BHK ଫ୍ଲାଟ ସହ ଖୋର୍ଦ୍ଧାର ସାନପଲ୍ଲାଠାରେ ୨ ମହଲା କୋଠା ମଧ୍ୟ ରହିଛି। ଭୁବନେଶ୍ୱରରେ ୩ଟି ଓ ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଲଟ ଠାବ କରାଯାଇଛି। ୫୬୦ ଗ୍ରାମ ସୁନା, ଚାରିଚକିଆ ଗାଡ଼ି, ଏସବିଆଇରେ ରହିଛି ଲକର। ଗୋଟିଏ ଦାମୀ କାର୍, ୧୬ ଲକ୍ଷ ଟଙ୍କାର ଦାମୀ ଆସବାବପତ୍ର ଠାବ ହୋଇଛି ।
୧୯୯୫ରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ ମାସିକ ୨ ହଜାରରେ ଚାକିରି ଆରମ୍ଭ କରିଥିଲେ।। ଏବେ କିନ୍ତୁ ନିଜ ଆୟଠୁ ବହୁ ଗୁଣ ଅଧିକ ସଂପତ୍ତି କମାଇଛନ୍ତି। ହେଲେ ଏସବୁ ସଂପତ୍ତି କେମିତି କମାଇଲେ ତାର କୌଣସି ସନ୍ତୋଷଜନକ ଉତ୍ତର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା ଭିଜିଲାନ୍ସକୁ ଦେଇପାରିନଥିଲେ।
ଅଧିକ ପଢନ୍ତୁ: ବଞ୍ଚୋ PEO ଗିରଫ; ବାବୁଙ୍କର ରହିଛି ୬ଟି ଦାମୀ ପ୍ଲଟ, ତିନିମହଲା ଘର ଓ ମାର୍କେଟ କମ୍ପ୍ଲେକ୍ସ