ପୁଣି ମୁକୁଳା ଡ୍ରେନରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ତେବେ ଏଭଳି ଅଘଟଣ ପୁରୀ ଜିଲ୍ଲା ପେଣ୍ଠକଟା ନିକଟସ୍ଥ ଡିଏଜି କଲୋନୀ ସାମ୍ନାରେ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ। ତେବେ ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିନାହିଁ। ତେଣୁ ଏ ନେଇ ଅଧିକ ତଦନ୍ତ କରୁଛି ସମୁଦ୍ର କୁଳ ଥାନା ପୋଲିସ ।
ସୁଚନା ଅନୁଯାୟୀ, ବାରମ୍ବାର ମୁକୁଳା ଡ୍ରେନରେ ପଡି ଲୋକଙ୍କର ମୃତ୍ୟୁ ହେଉଥିବା ନେଇ ଖବର ଆସୁଛି। ସେହିଭଳି ପୁରୀ ଜିଲ୍ଲା ସମୁଦ୍ର କୁଳ ଥାନା ଅଧିନସ୍ଥ ପେଣ୍ଠକଟା ଡିଏଜି କଲୋନୀ ସାମ୍ନା ଖୋଲା ଡ୍ରେନରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପ୍ରଥମେ ସ୍ଥାନୀୟ ଲୋକେ ମୃତଦେହ ଡ୍ରେନରେ ପଡିଥିବାର ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ସମୁଦ୍ର କୁଳ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଏହାପରେ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ତେବେ ମୃତ ବ୍ୟକ୍ତି ଜଣଙ୍କ କିଏ ଓ ସେ କେଉଁଠାରେ ରରହୁନତି ସେ ନେଇ ସମସ୍ତ ତଦନ୍ତ ଆରମ୍ଭ କରିଛି ପୋଲିସ।