ଜଙ୍ଗଲରୁ ଉଦ୍ଧାର ହେଲା ଫେରାର କଏଦୀଙ୍କ ମୃତଦେହ । କଏଦୀ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ କରାଯାଉଥିଲା । ଚିକିତ୍ସିତ ହେଉଥିବା ସମୟରେ ସେ ମେଡ଼ିକାଲରେ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ପୋଲିସ ଫେରାର କଏଦୀଙ୍କୁ ବହୁ ଖୋଜାଖୋଜି କରିଥିଲା କିନ୍ତୁ ତାଙ୍କର କୌଣସି ସନ୍ଧାନ ପାଇନଥିଲା । କିନ୍ତୁ ଆଜି ତାଙ୍କର ମୃତଦେହକୁ ପୋଲିସ ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଗିରିଙ୍ଗାମାଳି ଜଙ୍ଗଲରୁ ଉଦ୍ଧାର କରିଛି ବୋଲି ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି । ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାଟି ହତ୍ୟା ନା ଆତ୍ମହତ୍ୟା ତାହା ଏବେ ସନ୍ଦେହ ଘେରରେ । ମୃତ କଏଦୀଙ୍କ ପରିଚୟ ମିଳିଛି ବୋଲି ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ଦୁଇଜଣଙ୍କ ଉପରେ ଚଢ଼ିଗଲା ଟ୍ରକ୍