ମଙ୍ଗଳବାର କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ ଅଘଟଣ ଘଟିଯାଇଛି । ଜଣଙ୍କୁ ଧକ୍କା ଦେଇ ଆଉ ଦୁଇ ଜଣଙ୍କ ଉପରେ ଟ୍ରକ ଚଢିଯାଇଛି । ଯାହା ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ପ୍ରଥମେ ଟ୍ରକଟି ଜଣଙ୍କୁ ଧକ୍କା ଦେଇ ପଳାଇ ଯିବାକୁ ଚେଷ୍ଟା କରିବା ସମୟରେ ପାଖରେ ମୋଟର ସାଇକେଲ ରେ ଛିଡା ହୋଇଥିବା ଦୁଇ ଜଣଙ୍କ ଉପରେ ଚଢିଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଏବଂ ଗୁରୁତର ଆହତ ଙ୍କୁ ପ୍ରଥମେ ଜିଲ୍ଲା ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଏହାସହ ବାଇକଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ତେବେ ମୃତକମାନେ ହେଲେ ହିନ୍ଦୋଳ ଥାନା ଅଂଚଳର ତାପସ ନାଏକ ଓ ଅନ୍ୟ ଜଣେ ଚରୁଆଁ ଥାନା ଅଂଚଳର ଲାଲମୋହନ ବେହେରା ବୋଲି ଜଣାପଡିଛି । ଏବଂ ଖଲର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଗାଡିକୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।