ଆଜି ସମୁଦ୍ରରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ମୃତଦେହ । ଉଦ୍ଧାର ମୃତଦେହର ପରିଚୟ ମିଳିଛି । ସୂଚନା ଅନୁସାରେ, ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରେ ଏକ ମୃତଦେହ ପଡିଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ପରେ ସେମାନେ ଏହି ଖବର ପୋଲିସକୁ ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମୁଦ୍ରରୁ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରିଥିଲା । ପୋଲିସର ସୂଚନା ଅନୁସାରେ, ଉଦ୍ଧାର ମୃତଦେହର ପରିଚୟ ମିଳିଛି । ମୃତ ଯୁବକ ଜଣଙ୍କ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିଲେ । ଆଉ ଆଜି ସକାଳେ ସମୁଦ୍ର କୂଳରେ ତାଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣଙ୍କ ଦେହରେ କ୍ଷତ ଚିହ୍ନ ମଧ୍ୟ ରହିଛି । ଏ ଘଟଣା ଏବେ ସନ୍ଦେହ ଘେରରେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।