ମୟୂରଭଞ୍ଜ : ବିଗତ କିଛି ଦିନ ହେବ ବିଭିନ୍ନ ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ଚାଲିଛି। ଭିତରକନିକାରେ ମଧ୍ୟ କୁମ୍ଭୀର ଗଣତି ସାରିଛି। ଏପରିକି ଶିମିଳିପାଳରେ କୁମ୍ଭୀର ଗଣନା ବେଳେ କୁମ୍ଭୀର ସଂଖ୍ୟା ବଢିଛି। ଗତବର୍ଷ ତୁଳନାରେ ୩ଟି ବଢିଛନ୍ତି। ବର୍ତ୍ତମାନ ମୋଟ ୮୪କୁ ବୃଦ୍ଧି ପାଇଛି କୁମ୍ଭୀରଙ୍କ ସଂଖ୍ୟା। ତେବେ ସର୍ବାଧିକ ୬୦ କୁମ୍ଭୀର ପଶ୍ଚିମ ଦେଓ ନଦୀରେ ଅଛନ୍ତି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାନୁଆରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କୁମ୍ଭୀର ଗଣନା ହୋଇଥିଲା। ଉତ୍ତର ଓ ଦକ୍ଷିଣ ଶିମିଳିପାଳର ମୋଟ ୧୬ଟି ରେଞ୍ଜରେ ଗଣନା ହୋଇଥିଲା। ପ୍ରତି ରେଞ୍ଜରେ କୁମ୍ଭୀର ଗଣନା ପାଇଁ ରେଞ୍ଜର, ଫରେଷ୍ଟର ଓ କର୍ମଚାରୀଙ୍କୁ ନେଇ ୩୦ଟି ଟିମରେ ୧୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ହୋଇଥିଲେ। ଶିମିଳିପାଳ ଓ ଆଖପାଖ ଅଞ୍ଚଳରେ ଅଧିକ ଗୋମୁହାଁ ବା ମଗର ପ୍ରଜାତିର କୁମ୍ଭୀର ଦେଖାଯାଇଥାନ୍ତି। ତେଣୁ ବିଗତ ୩ ଦିନ ମଧ୍ୟରେ ସମସ୍ତ କୁମ୍ଭୀରଙ୍କର ଗଣନା କାର୍ଯ୍ୟ ସମାପନ ହୋଇଥିଲା।
ତେବେ ଏହି ଗଣନାରେ ଶିମିଳିପାଳ ଦକ୍ଷିଣ ବନଖଣ୍ଡରେ ୭୮ଟି କୁମ୍ଭୀର ଥିବା ବେଳେ ଉତ୍ତର ବନଖଣ୍ଡରେ ଗୋଟିଏ ଏବଂ ରାମତୀର୍ଥରେ ୫ଟି କୁମ୍ଭୀର ରହିଛନ୍ତି। ଏହାସହିତ ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ଟି କୁମ୍ଭୀର ରହିଛନ୍ତି। ଏହାସହିତ ବଢିଥିବା କୁମ୍ଭୀରଙ୍କ ସୁରକ୍ଷା ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ : ପ୍ୟାକେଟ ସାଜିଲା ବିସ୍ପୋରକ