ଘର ମାଲିକକୁ କରୁଥିଲେ ବ୍ଲାକମେଲିଂ: ଗିରଫ ହେଲେ ଠକ ଦମ୍ପତି
Khabar Odisha:Couple-tried-to-frame-landlord-to-get-a-house-in--bhubaneswar
ଖବର ଓଡିଶା : 17/03/2023:

ଘର ମାଲିକକୁ ବ୍ଲାକମେଲିଂ କରି  ଠକାମି ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ୱରର ହାଇପ୍ରୋଫାଇଲ୍ ଦମ୍ପତି । ନକଲି ରେଜିଷ୍ଟ୍ରି ରେକର୍ଡ ଓ ଘର ମାଲିକଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଛନ୍ଦି କୋଟି କୋଟି ଟଙ୍କାର ଘରକୁ କବଜା କରିବାକୁ କରୁଥିଲେ ଉଦ୍ୟମ । ଏହି ସ୍ୱାମୀ-ସ୍ତ୍ରୀ ହେଉଛନ୍ତି ସୋନାଟା ଦାସ ଓ ତାଙ୍କ ସ୍ୱାମୀ ସନ୍ଦୀପ୍ ଦାସ । ଅଭିଯୋଗ ପରେ ଚନ୍ଦ୍ରଶେଖର ଥାନା ପୋଲିସ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଛି । କୋର୍ଟ ଚାଲାଣ ହେବା ପରେ ସେମାନଙ୍କୁ ଏବେ ଝାରପଡା ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଘର ଭଡା ନେଇ ମାଲିକାନାର ଦାବି କରିବା ସହ  ଏହି ଦମ୍ପତି  ୨ ମହଲା କୋଠାକୁ ହଡପ କରିବାକୁ ଯୋଜନା କରୁଥିଲେ । ସୂଚନା ମୁତାବକ ୨୦୧୬ରେ ଏହି ଦମ୍ପତି ଭୁବନେଶ୍ୱର ଆସିଥିଲେ । ୨୦୧୭ ମସିହାରେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ସୁମନ ମିଶ୍ରଙ୍କ ତଳ ଘର ଭଡାରେ ନେଇ ପାର୍ଲର କରିଥିଲେ । ଘର ଭଡା ନେବା ପୂର୍ବରୂ ମାଲିକଙ୍କ ସହ ଏକ ଚୁକ୍ତିନାମା କରିଥିଲେ । ଏକ ବର୍ଷ ପାଇଁ ଭଡା ମାସକୁ ୨୦ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା । ବର୍ଷେ ପୂରିବା ପରେ ଭଡା ମାଗିବାରୁ ଘର ମାଲିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଏହାରି ଭିତରେ ଚଞ୍ଚକତା କରି ଭଡାଘରକୁ ନିଜ ଘର କହି ନକଲି କାଗଜପତ୍ର ପ୍ରସ୍ତୁତ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଠକ ଦମ୍ପତି । ଅନ୍ୟପଟେ ଏନେଇ ଘର ମାଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ନିର୍ଦ୍ଦେଶରେ ହୋଇଥିବା ଯାଞ୍ଚରୁ ଘରର କାଗଜପତ୍ର ନକଲି ବୋଲି ଜଣାପଡିଛି । ଏହାପରେ ପୋଲିସ ଏଇ ଠକ ଦମ୍ପତିଙ୍କୁ ଗିରଫ କରିଛି | 

Subscribe

National International State Sports Entertainment