'ସାଗରମାଳା' ତାଲିକାରେ ଚିଲିକା ହ୍ରଦ । କେନ୍ଦ୍ର ସରକାରଙ୍କର ‘ସାଗରମାଳା’ ପ୍ରକଳ୍ପରେ ସାମିଲ୍ ହେବ ଚିଲିକା ହ୍ରଦ।ଏହି ପ୍ରକଳ୍ପରେ ସାତପଡ଼ାରୁ ଜହ୍ନିକୁଦାକୁ ଥିବା ପୁରୁଣା ଚ୍ୟାନେଲ୍କୁ ଖନନ କରାଯିବା ସହ ଚ୍ୟାନେଲ୍ରେ ଦୁଇ ଗୋଟି ନୂଆ ଫେରି ଚଳାଇବା ପାଇଁ ମଧ୍ୟ ଯୋଜନା କରାଯାଇଛି । ଏନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ(ସିଡିଏ) ଡିପିଆର୍କୁ ମଞ୍ଜୁରି ମିଳିଛି । ତେବେ ତାଙ୍କ ଆସିବା ମାତ୍ରେ କାମ ଆରମ୍ଭ ହୋଇଯିବ ।
ଏହି ପ୍ରକଳ୍ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧାଅଧା ଖର୍ଚ୍ଚ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୧୭କୋଟି ଟଙ୍କାର ବ୍ୟୟ ହେବ ବୋଲି ଆକଳନ କରାଯାଇଛି । ଏହି ପ୍ରକଳ୍ପରେ ଜଳପଥ ନିର୍ମାଣ ହେବାସହ ଯାତ୍ରୀ ବିଶ୍ରାମାଗାରଠୁ ଆରମ୍ଭ କରି ଶୌଚାଳୟ ଯାଏ ସବୁ ପ୍ରକାର ବ୍ୟବସ୍ଥା କରାଯିବ। ଏଥିସହ ଦୁଇଟି ନୂଆ ଫେରି ଚଳାଚଳ ବ୍ୟବସ୍ଥା ମଧ୍ୟ କରାଯିବ । ଯଦି ଜଳପଥକୁ ବଡ଼ କରାଯାଏ ତେବେ ଫେରି ଚଳାଚଳ ମଧ୍ୟ ଅପେକ୍ଷାକୃତ ବଡ଼ ହେବ। ଯାହାଫଳରେ ଅଧିକ ବାଇକ ଓ କାର ବୁହା ହୋଇପାରିବ ।