ପୁରୀ : ମଙ୍ଗଳବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଭାରତର ୫୦ ତମ ପୂର୍ବତନ ପ୍ରଧାନ ବିଚାରପତି ଧନଞ୍ଜୟ ଯଶୋବନ୍ତ ଚନ୍ଦ୍ରଚୁଡ଼ । ସେ ପ୍ରଥମେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପାର୍ଶ୍ଵ ଦେବାଦେବୀକୁ ଦର୍ଶନ କରିଥିଲେ । ଆଗରୁ ଅନେକ ଥର ଆସିଥିଲେ ମଧ୍ୟ ଏଥର ଭକ୍ତ ମାନଙ୍କ ଦର୍ଶନକୁ ନେଇ ଅନେକ ସୁବିଧା କରାଯାଇଛି ତାହା ଦେଖି ବହୁତ୍ ଖୁସି ଲାଗିଲା ବୋଲି କହିଛନ୍ତି ।
ଶ୍ରୀ ଚନ୍ଦ୍ରଚୁଡ ୨୦୨୨ ମସିହା ଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ ୫୦ ତମ ପ୍ରଧାନ ବିଚାରପତି ର ଦାଇତ୍ୱ ଭାର ସମ୍ଭାଳିଥିଲେ । ଏହାସହ ରଣବୀର ଆହ୍ଲାବାଦିଆଙ୍କ କେସ ବର୍ତ୍ତମାନ କୋର୍ଟରେ ଚାଲୁ ରହିଛି ତେଣୁ ତାହା ଉପରେ କିଛି କହିପାରିବେ ନାହିଁ ବୋଲି ସେ ସ୍ପଷ୍ଟ ପ୍ରତିକ୍ରିୟା ଦେଇଥିଲେ ।