ଭୁବନେଶ୍ୱର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା ହେଉଛି। ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଇସ୍ତଫା ଦେବା ନେଇ ସେ ଅବଗତ କରାଇଛନ୍ତି । ସିବିଆଇ ରେଡ ପ୍ରତିବାଦରେ ଇସ୍ତଫା ଦେଇଥିବା ସୂଚନା ମିଳିଛି। ବିଷ୍ଣୁପଦ ସେଠୀଙ୍କ ହାତଲେଖା ଚିଠି ଗଣମାଧ୍ୟମ ହାତରେ ଲାଗିଛି। ହେଲେ ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନି।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଆଜି ସକାଳେ ମୋ ସ୍ତ୍ରୀ ଏବଂ ଝିଅ ଥିବା ବେଳେ ସିବିଆଇ ଟିମ୍ ମୋ ଘର ଭିତରକୁ ପଶି ଆସିଥିଲେ। ମୋ ବିରୋଧରେ କୌଣସି ଏଫଆଇଆର ନଥିବା ସତ୍ତ୍ଵେ ଚଢାଉ କରିଥିଲେ। ଏଥିଯୋଗୁଁ ମୋର ମାନ ସମ୍ମାନ ହାନି ହୋଇଛି।
ଅଧିକ ପଢନ୍ତୁ: ବିଷ୍ଣୁପଦଙ୍କ ଘରେ ସିବିଆଇ: ଆରମ୍ଭରୁ ଯୁକ୍ତିତର୍କ
ସେ କହିଛନ୍ତି, ମୁଁ ଗତ ୩୦ ବର୍ଷ ହେଲା ଓଡିଶା ସରକାରରେ ନିଷ୍ଠାର ସହ କାମ କରିଛି । ଏବେ ସିବିଆଇ ମୋ ଉପରେ ଯେଉଁସବୁ ଅଭିଯୋଗ ଆଣୁଛି ସେସବୁ ଭିତ୍ତିହୀନ ବରଂ ତାଙ୍କୁ ଅଯଥା ସମସ୍ୟାରେ ପକାଇବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ବିଷ୍ଣୁପଦ ।
ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ଏବେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଥିଲା । ପୂର୍ବରୁ ତାଙ୍କୁ ସିବିଆଇ ପକ୍ଷରୁ ଡାକରା ଆସିଥିବାବେଳେ ସେ କିନ୍ତୁ ଯାଇ ହାଜର ହୋଇନଥିଲେ । ଆଜି ଖୋଦ୍ ସିବିଆଇ ତାଙ୍କ ଘରେ ରେଡ କରିଛି। କିନ୍ତୁ ସବୁ ଅଭିଯୋଗକୁ ଗଣମାଧ୍ୟମ ଆଗରେ ଖଣ୍ଡନ କରିଛନ୍ତି ବିଷ୍ଣୁପଦ ସେଠୀ ।